ବୟସ ମାତ୍ର ୨୩ ହେଲେ ସାତ ମାସରେ କଲେଣି ୨୫ ବିବାହ, ଲୁଟିଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ : ପୁରୁଷଙ୍କ ଠାରୁ ଲୁଟ୍‌ କରି କିଛି ଦିନ ଅୟସ କରିବା ଏବଂ ପରେ ପରେ ଅନ୍ତର୍ଦ୍ଧାନ ହୋଇଯିବା ଅଭିଯୋଗରେ ରାଜସ୍ଥାନ ପୁଲିସ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ଭୋପାଳରୁ ଗିରଫ କରିଛି। ଅନୁରାଧା ପାଶୱାନ ନାମ୍ନୀ ଏହି ୨୩ ବର୍ଷୀୟା ମହିଳା ଜଣକ ଏକ ବଡ଼ ଧରଣର ବିବାହ ରାକେଟ ଚଳାଇ ଏଭଳି କରୁଥିଲେ। ସେ ଗତ ୭ ମାସ ମଧ୍ୟରେ ବିଭିନ୍ନ ରାଜ୍ୟର ୨୫ ଜଣଙ୍କୁ ବିବାହ କରିଥିବା ଜଣାପଡ଼ିବା ପରେ ପୁଲିସ […]

ବୟସ ମାତ୍ର ୨୩ ହେଲେ ସାତ ମାସରେ କଲେଣି ୨୫ ବିବାହ, ଲୁଟିଛନ୍ତି କୋଟି କୋଟି ଟଙ୍କା
'Looteri dulhan' arrested in Bhopal: Woman marries 25 men in 7 months in massive matrimonial scam

ନୂଆଦିଲ୍ଲୀ : ପୁରୁଷଙ୍କ ଠାରୁ ଲୁଟ୍‌ କରି କିଛି ଦିନ ଅୟସ କରିବା ଏବଂ ପରେ ପରେ ଅନ୍ତର୍ଦ୍ଧାନ ହୋଇଯିବା ଅଭିଯୋଗରେ ରାଜସ୍ଥାନ ପୁଲିସ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ଭୋପାଳରୁ ଗିରଫ କରିଛି। ଅନୁରାଧା ପାଶୱାନ ନାମ୍ନୀ ଏହି ୨୩ ବର୍ଷୀୟା ମହିଳା ଜଣକ ଏକ ବଡ଼ ଧରଣର ବିବାହ ରାକେଟ ଚଳାଇ ଏଭଳି କରୁଥିଲେ। ସେ ଗତ ୭ ମାସ ମଧ୍ୟରେ ବିଭିନ୍ନ ରାଜ୍ୟର ୨୫ ଜଣଙ୍କୁ ବିବାହ କରିଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଧରିବା ଲାଗି ଜାଲ ବିଛାଇଥିଲା। ଶେଷରେ ଭୋପାଳରେ ରାଜସ୍ଥାନର ମାଧୋପୁର ପୁଲିସ ହାତରେ ଅନୁରାଧା ଧରାପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଅନୁରାଧ ଏକ ସୁଚିନ୍ତିତ ଉପାୟରେ ବିବାହ ପାଇଁ ବ୍ୟାକୁଳ ଥିବା ପୁରୁଷମାନଙ୍କୁ ନିଜ ଜାଲରେ ଫସାଇବାକୁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିଲେ। ସେ ନିଜକୁ ଅବିବାହିତ ବୋଲି ଆଇନଗତ ପ୍ରମାଣ ଦେଇ ଜଣଙ୍କୁ ବିବାହ କରିବା ପରେ ତାଙ୍କ ନିକଟରେ କିଛି ଦିନ ବିତାଉଥିଲେ। ହେଲେ ଅଚାନକ ଭାବେ ସୁନାଗହଣା, ଟଙ୍କା ଏବଂ ମୂଲ୍ୟବାନ ଇଲେକଟ୍ରୋନିକ୍ସ ସାମଗ୍ରୀ ଧରି ଅନ୍ତର୍ଦ୍ଧାନ ହୋଇଯାଉଥିଲେ। ଏହିକ୍ରମରେ ସେ ରାଜସ୍ଥାନର ସ୍ବାୟାଇ ମାଧୋପୁର ଅଞ୍ଚଳର ବିଷ୍ଣୁ ଶର୍ମାଙ୍କୁ ବିବାହ କରିଥିଲେ। ବିଷ୍ଣୁ ନିଜ ପାଇଁ ଜଣେ ଉପଯୁକ୍ତ ପାତ୍ରୀ ଖୋଜୁଥିଲା ବେଳେ ଦୁଇ ଜଣ ଏଜେଣ୍ଟ ତାଙ୍କୁ ଅନୁରାଧାଙ୍କ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ।

ବିଷ୍ଣୁ ଶର୍ମା ବିବାହ କରିବାକୁ ରାଜି ହେବା ପରେ ଗତ ଏପ୍ରିଲ ୨୦ ତାରିଖରେ ଭୋପାଳସ୍ଥିତ ଏକ ସ୍ଥାନୀୟ କୋର୍ଟରେ ବିବାହ ସମ୍ପନ୍ନ ହୋଇଥିଲା ଏବଂ ଉକ୍ତ ଦୁଇ ଏଜେଣ୍ଟ ବିଷ୍ଣୁଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ବିବାହ ଏପ୍ରିଲ ୨୦ ତାରିଖରେ ହୋଇଥିଲା ବେଳେ ଏହାର ମାତ୍ର କିଛି ଦିନ ପରେ ମେ’ ୨ରେ ଅନୁରାଧା ବିଷ୍ଣୁଙ୍କ ବହୁ ମୂଲ୍ୟବାନ ସାମଗ୍ରୀ ଏବଂ ଟଙ୍କା ଧରି କେଉଁଆଡେ ଫେରାର ହୋଇଯାଇଥଲେ। ଏହାପରେ ବିଷ୍ଣୁ ଶର୍ମା ଗତ ୩ ତାରିଖରେ ଅନୁରାଧାଙ୍କ ବିରୋଧରେ ଏତଲା ଦାଏର କରିବା ପରେ ମାଧୋପୁର ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଅନୁରାଧାଙ୍କୁ ଗିରଫ କରିଛି। ଏଥିସହିତ ଅନୁରାଧାଙ୍କୁ ସହଯୋଗ କରୁଥିବା ଏବଂ ଇ-ମେଲ, ହ୍ବାଟସ୍‌ଆପ୍‌ ମାଧ୍ୟମରେ ବିବାହ ପ୍ରସ୍ତାବ ଦେଇ ଲୋକଙ୍କୁ ଫସାଉଥିବା ଅଭିଯୋଗରେ ଅନେକ ଏଜେଣ୍ଟଙ୍କୁ ଧରିବା ଲାଗି ମଧ୍ୟ ଉଦ୍ୟମ ଆରମ୍ଭ କରିଛି। ଉତ୍ତରପ୍ରଦେଶ ମହାରାଜାଗଞ୍ଜସ୍ଥିତ ଏକ ହସ୍ପିଟାଲରେ ପୂର୍ବରୁ ଚାକିରି କରୁଥିବା ଅନୁରାଧା ଘରୋଇ କଳିକୁ ନେଇ ଭୋପାଳ ପଳାଇ ଆସିବା ପରେ ଏଭଳି କାର୍ଯ୍ୟରେ ଲିପ୍ତ ରହିଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି।