ଆଜି ମନ୍ତ୍ରୀମାନଙ୍କୁ ବଣ୍ଟାଯାଇପାରେ ବିଭାଗ

ଭୁବନେଶ୍ୱର, ୧୫।୬(ସୁନିତ୍‌ ମିଶ୍ର): ଓଡ଼ିଶାରେ ପ୍ରଥମ ଥର ଲାଗି ଭାଜପା ସରକାର ଗଠନ କରିଛି। ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ସରକାରକୁ ହଟାଇ ରାଜ୍ୟରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇସାରିବା ପରେ ଗତ ୧୨ ତାରିଖରେ ମୋହନ ଚରଣ ମାଝୀଙ୍କ ସରକାର ଶପଥ ଗ୍ରହଣ କରିଛି। ଇତିମଧ୍ୟରେ ମୋହନ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ସହ ୨ ଜଣ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମେତ ୫ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥପାଠ […] The post ଆଜି ମନ୍ତ୍ରୀମାନଙ୍କୁ ବଣ୍ଟାଯାଇପାରେ ବିଭାଗ appeared first on Dharitri Odia News.

ଆଜି ମନ୍ତ୍ରୀମାନଙ୍କୁ ବଣ୍ଟାଯାଇପାରେ ବିଭାଗ

ଭୁବନେଶ୍ୱର, ୧୫।୬(ସୁନିତ୍‌ ମିଶ୍ର): ଓଡ଼ିଶାରେ ପ୍ରଥମ ଥର ଲାଗି ଭାଜପା ସରକାର ଗଠନ କରିଛି। ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ସରକାରକୁ ହଟାଇ ରାଜ୍ୟରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇସାରିବା ପରେ ଗତ ୧୨ ତାରିଖରେ ମୋହନ ଚରଣ ମାଝୀଙ୍କ ସରକାର ଶପଥ ଗ୍ରହଣ କରିଛି। ଇତିମଧ୍ୟରେ ମୋହନ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ସହ ୨ ଜଣ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମେତ ୫ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥପାଠ କରିଛନ୍ତି। ହେଲେ ମନ୍ତ୍ରିମଣ୍ଡଳ ଶପଥ ନେବାର ୨ଦିନ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇ ନ ପାରିବା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ବିଭାଗ ବଣ୍ଟନ କଥାକୁ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ସମସ୍ତ ବିଷୟ ମଧ୍ୟ ଗଣମାଧ୍ୟମକୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଜଣେ କ୍ୟାବିନେଟ୍‌ ପାହ୍ୟାର ମନ୍ତ୍ରୀଙ୍କ କହିବା ମୁତାବକ ଶନିବାର ସୁଦ୍ଧା କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ସେନେଇ ଘୋଷଣା କରିଦିଆଯାଇପାରେ।

The post ଆଜି ମନ୍ତ୍ରୀମାନଙ୍କୁ ବଣ୍ଟାଯାଇପାରେ ବିଭାଗ appeared first on Dharitri Odia News.