ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର

ଗୋପାଳପୁର,୩୧।୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି l କେତେବେଳେ ହତ୍ୟା ତ, ଆଉ କେତେବେଳେ ବଳାତ୍କାର ଭଳି ଘଟଣା ସାମ୍‌ନାକୁ ଆସୁଛି। ଫୁଣି ଜିଲାରୁ ଏକ ଲଜ୍ୟାକର ଘଟଣା ପଦାକୁ ଆସିଛି। ନାବାଳିକା ବଳାତ୍କାର ମାମଲାରେ ଶନିବାର ଗୋଳନ୍ଥରା ଥାନା ପୋଲିସ ବଳାତ୍କାରୀ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଓ ବାଙ୍କେୟା (୨୫)। ମିଳିଥିବା ସୂଚନା ମୁତାବକ, […] The post ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର appeared first on Dharitri Odia News.

ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର

ଗୋପାଳପୁର,୩୧।୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି l କେତେବେଳେ ହତ୍ୟା ତ, ଆଉ କେତେବେଳେ ବଳାତ୍କାର ଭଳି ଘଟଣା ସାମ୍‌ନାକୁ ଆସୁଛି। ଫୁଣି ଜିଲାରୁ ଏକ ଲଜ୍ୟାକର ଘଟଣା ପଦାକୁ ଆସିଛି। ନାବାଳିକା ବଳାତ୍କାର ମାମଲାରେ ଶନିବାର ଗୋଳନ୍ଥରା ଥାନା ପୋଲିସ ବଳାତ୍କାରୀ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଓ ବାଙ୍କେୟା (୨୫)।

ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ ପୀଡିତାଙ୍କ ଜେଜେ ବାପାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ଏନେଇ ନାବାଳିକାଙ୍କ ମା’ ବାପା ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲେ। ହେଲେ ଘରେ ଏକାକୀ ନାବାଳିକା ଝିଅ ରହିଥିଲେ। ପ୍ରାୟ ସା ପ୍ରାୟ ୭ଟା ସମୟରେ ଗ୍ରାମର ଓ. ବାଙ୍କେୟା ନାବାଳିକାଙ୍କୁ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ। ପରେ ନାବାଳିକା ଚେତା ଶୂନ୍ୟ ହୋଇପଡ଼ିଥିଲେ l ଏହାର ସୁଯୋଗ ନେଇ ଅଭିଯୁକ୍ତ ବାଙ୍କେୟା ନାବାଳିକାଙ୍କୁ ଟେକି ନେଇ ତାଙ୍କ ବଡ଼ ଭାଇଙ୍କ ଘରେ ବଳାତ୍କାର କରିଥିଲେ।

ଚେତା ଫେରିବା ପରେ ଅଭିଯୁକ୍ତ ନାବାଳିକାଙ୍କୁ ଘଟଣା ସମ୍ପର୍କ କାହାରିକୁ ନ କହିବା ପାଇଁ ଧମକ ଚମକ ଦେଇଥିଲେ। ପରେ ସେ ଫେରାର ହୋଇଯାଇଥିଲେ l ପରବର୍ତ୍ତୀ ସମୟରେ ନାବାଳିକା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ପୀଡିତାଙ୍କ ବାପା ଶୁକ୍ରବାର ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ l

ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ବଳାତ୍କାର ମାମଲା(ନଂ.୩୫୦/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ତଦନ୍ତ ପର ଅଭିଯୁକ୍ତ ଆନ୍ଦ୍ରପ୍ରଦେଶ ରାଜ୍ୟର ଇଚ୍ଛାପୁର ଅଞ୍ଚଳରେ ଲୁଚି ରହିଥିବା ଜଣାପଡ଼ିଥିଲା। ପୋଲିସର ଏକ ଟିମ୍‌ ଆନ୍ଦ୍ରପ୍ରଦେଶରେ ଚଢାଉ କରି ଅଭିଯୁକ୍ତ ବାଙ୍କେୟାଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିଥିଲା। ପୋଲିସ ଶନିବାର ନାବାଳିକା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀମାଇନ କରାଇଛି।

ଅନ୍ୟପକ୍ଷେ ପୋଲିସ ବାଙ୍କେୟାଙ୍କୁ ଶନିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲା। ବିଏନ୍‌ଏସ୍‌ଏସ୍‌ ୧୮୩ ଧାର ଅନୁସାରେ ବିଚାରପତିଙ୍କ ସମ୍ମୁଖୀନରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

The post ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର appeared first on Dharitri Odia News.