ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର ; ଦିନ ୧୨ଟାରେ ଭରିବେ ନାମାଙ୍କନ
କନକ ବ୍ୟୁରୋ: ଆଜି ବିଧାନସଭାରେ ଦିନ ୧୨ଟାରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଭରିବେ ସୁଜିତ କୁମାର। ବିଜେଡିରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ରାଜ୍ୟସଭା ପଦ ପାଇଁ ଏବେ ବିଜେପି ପକ୍ଷରୁ ନାମାଙ୍କନ ଭରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୭ ତାରିଖରେ ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ। ଏହାର କିଛି ସମୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଏବଂ ଇସ୍ତଫା ଦେବାର ଘଣ୍ଟାଏ ପରେ ବିଜେପିରେ ସାମିଲ ହୋଇଥିଲେ।