କାରଗିଲ ବିଜୟ ଦିବସକୁ ୨୫ ବର୍ଷ । ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ପୂରା ଦେଶ

କନକ ବ୍ୟୁରୋ : କାର୍ଗିଲ୍ ବିଜୟ ଦିବସକୁ ୨୫ ବର୍ଷ, ବୀର ଯବାନଙ୍କୁ ମନେପକାଉଛି ଦେଶ ହେଲେ ଆଜି ଯାଏଁ ଭାରତର କୋଟି କୋଟି ଲୋକ ଏହି ଦିନକୁ ଭୁଲି ନାହାଁନ୍ତି। ଦେଶ ପାଇଁ ଜୀବନ ଦେଇଥିବା ବୀର ଯବାନଙ୍କୁ ମଧ୍ୟ କେହି ଭୁଲିନାହାଁନ୍ତି। ପ୍ରତିବର୍ଷ ଜୁଲାଇ ୨୬ରେ ଏହି ଦିନକୁ ବୀରଙ୍କ ସ୍ମୃତିରେ ପାଳନ କରାଯାଉଛି । ଆଜିର ଏହି ଦିନରେ କାରଗିଲରେ ଭାରତର ସାହସୀ ସେନାମାନେ ପାକିସ୍ତାନୀ ଅନୁପ୍ରବେଶକାରୀ ଆତଙ୍କବାଦୀ ଦେଶରୁ ତଡ଼ିବା ସହ […] The post କାରଗିଲ ବିଜୟ ଦିବସକୁ ୨୫ ବର୍ଷ । ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ପୂରା ଦେଶ first appeared on Kanak News.

କାରଗିଲ ବିଜୟ ଦିବସକୁ ୨୫ ବର୍ଷ । ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ପୂରା ଦେଶ

କନକ ବ୍ୟୁରୋ : କାର୍ଗିଲ୍ ବିଜୟ ଦିବସକୁ ୨୫ ବର୍ଷ, ବୀର ଯବାନଙ୍କୁ ମନେପକାଉଛି ଦେଶ ହେଲେ ଆଜି ଯାଏଁ ଭାରତର କୋଟି କୋଟି ଲୋକ ଏହି ଦିନକୁ ଭୁଲି ନାହାଁନ୍ତି। ଦେଶ ପାଇଁ ଜୀବନ ଦେଇଥିବା ବୀର ଯବାନଙ୍କୁ ମଧ୍ୟ କେହି ଭୁଲିନାହାଁନ୍ତି। ପ୍ରତିବର୍ଷ ଜୁଲାଇ ୨୬ରେ ଏହି ଦିନକୁ ବୀରଙ୍କ ସ୍ମୃତିରେ ପାଳନ କରାଯାଉଛି । ଆଜିର ଏହି ଦିନରେ କାରଗିଲରେ ଭାରତର ସାହସୀ ସେନାମାନେ ପାକିସ୍ତାନୀ ଅନୁପ୍ରବେଶକାରୀ ଆତଙ୍କବାଦୀ ଦେଶରୁ ତଡ଼ିବା ସହ ନିଜ ଜୀବନର ବଳିଦାନ ଦେଇଥିଲେ। କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଅପରେସନ ବିଜୟ ଯୁଦ୍ଧରେ ଭାରତର ୫୨୭ ଯବାନ ବୀରଗତି ପ୍ରାପ୍ତ କରିଥିଲେ । ଆଜି ସେହି ବୀରଙ୍କ ସ୍ମୃତିରେ ଲଦାଖରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ୟ୍ୟକ୍ରମ ।

କାରଗିଲର ହିରୋଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚି ଯୁଦ୍ଧରେ ନିଜ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହ ସେଠାରୁ ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଛନ୍ତି, ସବୁ ଆତଙ୍କୀ ଷଡ଼ଯନ୍ତ୍ରରେ ଫେଲ୍ ମାରିଛି ପାକିସ୍ତାନ । ନିଜ ଇତିହାସ ଦେଖି କିଛି ବି ଶିଖିପାରିଲାନି।

ପ୍ରଧାନମନ୍ତ୍ରୀ ମୋଦି ଲଦାଖସ୍ଥିତ ଦ୍ରାସ ଅଞ୍ଚଳରେ ଥିବା କାରଗିଲ ୱାର ମେମୋରିଆଲ ବି ପରିଦର୍ଶନ କରିଛନ୍ତି। ଏହାକୁ ଲଦାଖର ପ୍ରବେଶ ଦ୍ୱାର କୁହାଯାଇଥାଏ। ଚଳିତ ବର୍ଷ କାରଗିଲ ବିଜୟ ଦିବସର ୨୫ ବର୍ଷପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ କାରଗିଲ ଯୁଦ୍ଧ ଶହୀଦଙ୍କ ପରିବାରବର୍ଗ ବି ଉପସ୍ଥିତ ଥିଲେ।

The post କାରଗିଲ ବିଜୟ ଦିବସକୁ ୨୫ ବର୍ଷ । ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ପୂରା ଦେଶ first appeared on Kanak News.