ଆଜି ହେଉଛି ଜାତିର ପିତା ବାପୁଜୀଙ୍କର ୭୪ ତମ ପୁଣ୍ୟ ତିଥି

ଭୁବନେଶ୍ୱର : ଆଜି ସହିଦ ଦିବସ । ଜାନୁଆରୀ ୩୦ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥି। ମହାତ୍ମାଙ୍କ ତ୍ୟାଗ ତପସ୍ୟାର କଥା ମନେ ପକାଉଛି ସାରା ଦେଶ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ରାଜଘାଟଠାରେ ଗାନ୍ଧିଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଏବଂ ତିନି ସେନାର ମୁଖ୍ୟମାନେ ଏହି ଅବସରରେ […]

ଆଜି ହେଉଛି ଜାତିର ପିତା ବାପୁଜୀଙ୍କର ୭୪ ତମ ପୁଣ୍ୟ ତିଥି
ବୃଦ୍ଧି ହେଲା e-KYC ଅପଡେଟ ଅବଧି

ଭୁବନେଶ୍ୱର : ଆଜି ସହିଦ ଦିବସ । ଜାନୁଆରୀ ୩୦ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥି। ମହାତ୍ମାଙ୍କ ତ୍ୟାଗ ତପସ୍ୟାର କଥା ମନେ ପକାଉଛି ସାରା ଦେଶ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ରାଜଘାଟଠାରେ ଗାନ୍ଧିଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଏବଂ ତିନି ସେନାର ମୁଖ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ମଧ୍ୟ ଏକ ପୋଷ୍ଟ କରି ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ମୋଦୀ ଲେଖିଛନ୍ତି, ବାପୁଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଆଦର୍ଶ ଆମକୁ ଏକ ବିକଶିତ ଭାରତ ଗଢ଼ିତୋଳିବାରେ ପ୍ରେରଣା ଦେଉଛି। ଦେଶ ପାଇଁ ଜୀବନ ବଳି ଦେଇଥିବା ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ସେମାନଙ୍କ ସେବା ଓ ତ୍ୟାଗର ସ୍ମୃତିଚାରଣ କରୁଛି। ରାଜଘାଟ ସ୍ଥିତ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଦେଶର ସ୍ବାଧିନତା ପାଇଁ ବଳି ଦାସ ଦେଶ ସବୁବେଳେ ମନେରଖିଛି।

୧୯୪୮ ଜାନୁଆରା ୩୦ ତାରିଖ ସକାଳ ସମୟରେ ବିର୍ଲା ହାଉସ୍ ନିକଟରେ ପ୍ରାର୍ଥନା ଚାଲିଥିବାବେଳେ ଗାନ୍ଧୀଜୀଙ୍କୁ ଗୁଳି କରି ହତ୍ୟା କରଇଥିଲେ ନାଥୁରାମ ଗଡସେ । ଆଉ ’ ହେ ରାମ’ କହି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ମହାତ୍ମା । ବାପୁଙ୍କୁ ସମ୍ମାନ ଓ ଶ୍ରଦ୍ଧା ଅର୍ପଣ କରିବା ଉଦ୍ଦେଶ୍ୟରେ ଏହି ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ପ୍ରେରଣା ଓ ସତ୍ୟର ଶକ୍ତି ସେ ସମୟରେ ଇଂରେଜମାନଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଥିଲେ । ଦେଶ ପ୍ରତି ତାଙ୍କ ବଳିଦାନ ପାଇଁ ପ୍ରତିଟି ହୃଦୟରେ ସବୁବେଳେ ବଞ୍ଚି ରହିବେ ଗାନ୍ଧୀଜୀ।