ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ଟି-୨୦ ବିଶ୍ୱକପ ପାଇଁ ଆଉ ବେଶୀ ଦିନ ବାକି ନାହିଁ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିବ। ମେ ୧ରେ ଦଳ ଘୋଷଣା କରିବା ବାଧ୍ୟତାମୂଳକ ଏବଂ ନ୍ୟୁଜିଲାଣ୍ଡ ପରି ବଡ ଦଳ ସେମାନଙ୍କ ଦଳ ଚୟନ କରିସାରିଛନ୍ତି। ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏପ୍ରିଲ ୩୦ ଅର୍ଥାତ୍‌ ଆଜି ଅହମ୍ମଦାବାଦରେ ଚୟନ କମିଟି ସହିତ ଏକ […] The post ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ appeared first on Dharitri Odia News.

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ଟି-୨୦ ବିଶ୍ୱକପ ପାଇଁ ଆଉ ବେଶୀ ଦିନ ବାକି ନାହିଁ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିବ। ମେ ୧ରେ ଦଳ ଘୋଷଣା କରିବା ବାଧ୍ୟତାମୂଳକ ଏବଂ ନ୍ୟୁଜିଲାଣ୍ଡ ପରି ବଡ ଦଳ ସେମାନଙ୍କ ଦଳ ଚୟନ କରିସାରିଛନ୍ତି।
ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏପ୍ରିଲ ୩୦ ଅର୍ଥାତ୍‌ ଆଜି ଅହମ୍ମଦାବାଦରେ ଚୟନ କମିଟି ସହିତ ଏକ ବୈଠକ କରିବେ। ଏହି ବୈଠକ ପରେ ହିଁ ଦଳ ଘୋଷଣା କରାଯିବ। ଗତ କିଛି ଦିନ ମଧ୍ୟରେ ଏହା ଅଗରକର ଦ୍ୱିତୀୟ ବୈଠକ।

ଟି-୨୦ ବିଶ୍ୱକପ ୨୦୨୪ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରିଷଭ ପନ୍ତ (ଉଇକେଟ କିପର), ରିଙ୍କୁ ସିଂ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ସଞ୍ଜୁ ସାମସନ (ଉଇକେଟ କିପର), ଶିବମ ଦୁବେ।

ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ଗ୍ରୁପ ଏରେ ସ୍ଥାନ ପାଇଛି। ଏଥିରେ ଭାରତର ପ୍ରଥମ ମ୍ୟାଚ ୫ ଜନ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ଅଛି। ଦ୍ୱିତୀୟ ମ୍ୟାଚ ପାକିସ୍ତାନ ବିପକ୍ଷରେ ୯ ଜୁନ୍‌ରେ ଖେଳାଯିବ। ତୃତୀୟ ମ୍ୟାଚ ଜୁନ ୧୨ରେ ଆମେରିକା ବିପକ୍ଷରେ ଏବଂ ଜୁନ ୧୫ରେ କାନାଡା ବିପକ୍ଷରେ ଗ୍ରୁପର ଶେଷ ମ୍ୟାଚ ଖେଳାଯିବ।

The post ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ appeared first on Dharitri Odia News.