ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୧୦।୪: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଏଥିପାଇଁ ସା ୬ରୁ ରାତି ୧୦ଟା ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ ଦର୍ଶନ ବନ୍ଦ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ନୀତି ଆରମ୍ଭ ହେବ। ଏହା ମହାପ୍ରଭୁଙ୍କ ଏକ ଗୁପ୍ତନୀତି ହୋଇଥିବାରୁ ପ୍ରଭୁଙ୍କ ମୁଖ ଶୃଙ୍ଗାର କରାଯିବ। ଶ୍ରୀମୁଖ ଶୃଙ୍ଗାର ପାଇଁ ହିଙ୍ଗୁଳ ,ହରିତାଳ ,କସ୍ତୁରୀ ଇତ୍ୟାଦି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […] The post ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ appeared first on Dharitri Odia News.

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୧୦।୪: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଏଥିପାଇଁ ସା ୬ରୁ ରାତି ୧୦ଟା ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ ଦର୍ଶନ ବନ୍ଦ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ନୀତି ଆରମ୍ଭ ହେବ। ଏହା ମହାପ୍ରଭୁଙ୍କ ଏକ ଗୁପ୍ତନୀତି ହୋଇଥିବାରୁ ପ୍ରଭୁଙ୍କ ମୁଖ ଶୃଙ୍ଗାର କରାଯିବ। ଶ୍ରୀମୁଖ ଶୃଙ୍ଗାର ପାଇଁ ହିଙ୍ଗୁଳ ,ହରିତାଳ ,କସ୍ତୁରୀ ଇତ୍ୟାଦି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇଦିଆଯିବ।

The post ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ appeared first on Dharitri Odia News.