ଆଜି ୪୩ ଡିଗ୍ରୀ ଉପରେ ରାଜ୍ୟର ୧୪ ସହର, ଅନୁଗୁଳ ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର : ପ୍ରତିଦିନ ନିଜ ରେକର୍ଡ ଭାଙ୍ଗୁଛି ତାତି। ରାଜ୍ୟରେ ସର୍ବାଧିକ ତାପମାତ୍ରା ଆଜି ଅନୁଗୋଳରେ ରେକର୍ଡ ହୋଇଛି । ଗତକାଲି ୪୪.୬ ଡ଼ିଗ୍ରୀ ସହ ଅନୁଗୁଳ ଏସିଆ ମହାଦେଶରେ ୪ର୍ଥ ଉତ୍ତପ୍ତ ସହର ମାନ୍ୟତା ପାଇଥିବା ବେଳେ ଆଜି ଅନୁଗୁଳରେ ୪୪.୭ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। pic.twitter.com/uid3LrzoaT — Meteorological Centre, Bhubaneswar (@mcbbsr) April 27, 2024 ତେବେ ଏହି ତାପମାତ୍ରା ଆହୁରି ବୃଦ୍ଧି ପାଇବ ଓ ଆଗାମୀ ୫ ଦିନରାଜ୍ୟରେ ତାତି ଆଉ […]

ଭୁବନେଶ୍ୱର : ପ୍ରତିଦିନ ନିଜ ରେକର୍ଡ ଭାଙ୍ଗୁଛି ତାତି। ରାଜ୍ୟରେ ସର୍ବାଧିକ ତାପମାତ୍ରା ଆଜି ଅନୁଗୋଳରେ ରେକର୍ଡ ହୋଇଛି । ଗତକାଲି ୪୪.୬ ଡ଼ିଗ୍ରୀ ସହ ଅନୁଗୁଳ ଏସିଆ ମହାଦେଶରେ ୪ର୍ଥ ଉତ୍ତପ୍ତ ସହର ମାନ୍ୟତା ପାଇଥିବା ବେଳେ ଆଜି ଅନୁଗୁଳରେ ୪୪.୭ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
— Meteorological Centre, Bhubaneswar (@mcbbsr) April 27, 2024
ତେବେ ଏହି ତାପମାତ୍ରା ଆହୁରି ବୃଦ୍ଧି ପାଇବ ଓ ଆଗାମୀ ୫ ଦିନରାଜ୍ୟରେ ତାତି ଆଉ ୨ ଡ଼ିଗ୍ରୀ ଯାଏ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪-୬ ଡିଗ୍ରୀ ଉପରେ ରହିବ। ଫଳରେ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ପରିସ୍ଥିତି ଅନୁଭୂତ ହେବ।
୪୪.୭ ଡ଼ିଗ୍ରୀ ସହ #ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର , #ଭୁବନେଶ୍ୱର ରେ ୪୪.୬ ଡ଼ିଗ୍ରୀ ଏବଂ #ବାରିପଦା ରେ ୪୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ #୩୩ସହର ରେ ତାପମାତ୍ରା #୪୦ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ #୧୪ସହର ରେ #୪୩ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ pic.twitter.com/ztAp4Htxym
— Meteorological Centre, Bhubaneswar (@mcbbsr) April 27, 2024
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନୁଗୁଳରେ ତାପମାତ୍ରା ୪୪.୭ ଡ଼ିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ୪୪.୬ ଡ଼ିଗ୍ରୀ ଏବଂ ବାରିପଦାରେ ୪୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବୌଦ୍ଧ, ଢେଙ୍କାନାଳ ଓ ଭବନୀପାଟଣାରେ ୪୩.୭ ଡ଼ିଗ୍ରୀ, ନୂଆପଡ଼ା ଓ ଝାରସୁଗୁଡ଼ା ୪୩.୬ ଡ଼ିଗ୍ରୀ, ବଲାଙ୍ଗିର ଓ ଯାଜପୁରର ତାପମାତ୍ରା ୪୩.୫ଡ଼ିଗ୍ରୀ ,ତାଳଚେର ଓ ନୟାଗଡ଼ର ତାପମାତ୍ରା ୪୩.୫ଡ଼ିଗ୍ରୀ, ଟିଟିଲାଗଡ଼ ୪୩ ଡିଗ୍ରୀ ଓ କଟକ ସହରର ତାପମାତ୍ରା ୪୩.୪ ଡିଗ୍ରୀ ରେକର୍ଡ ହୋଇଛି।
— Meteorological Centre, Bhubaneswar (@mcbbsr) April 27, 2024
ବର୍ତ୍ତମାନ ରାଜ୍ୟକୁ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଇଛି। ଏହି ସ୍ଥିତି ଆଗକୁ ଜାରିବା ସହ ଆହୁରି ଉଦ୍ବେଗ ହେବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଜାରି କରିଛି। ସକାଳ ୧୧ରୁ ଅପରାହ୍ନ ୩ଟା ଭିତରେ ଘରୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ।