ଆଜିଙ୍କ୍ୟ ରାହାଣେଙ୍କ ୪୦ତମ ଶତକ, ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ପାଇଁ ଫିଟିପାରେ ଦ୍ଵାର
ନୂଆଦିଲ୍ଲୀ: ଭାରତର ଅନୁଭବୀ ବ୍ୟାଟର ଆଜିଙ୍କ୍ୟ ରାହାଣେଙ୍କ ଦମଦାର ଶତକ। ରାହାଣେଙ୍କ ୪୦ତମ ପ୍ରଥମ ଶ୍ରେଣୀ ଶତକ ବଳରେ ଲିସେଷ୍ଟସାୟର ରବିବାର କାଉଣ୍ଟି ଚାମ୍ପିଅନଶିପ ଡିଭିଜନ ଟୁ ମ୍ୟାଚ୍ରେ ଗ୍ଲେମୋର୍ଗନ ବିପକ୍ଷରେ ଶେଷ ଦିନରେ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି। ରାହାଣେଙ୍କ ଶତକୀୟ ଇନିଂସରେ ୧୩ ଚୌକା ଏବଂ ଗୋଟିଏ ଛକା ସାମିଲ। ସେ ଅଷ୍ଟ୍ରେଲିଆର ପିଟର ହେଣ୍ଡସ୍କମ୍ବଙ୍କ ସହ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୮୩ ରନର ଗୁରୁତ୍ଵପୂର୍ଣ୍ଣ ଭାଗିଦାରୀ ଯୋଡ଼ିଛନ୍ତି।Also read: ସଚିନଙ୍କ ବିଶ୍ଵ ରେକର୍ଡ ଧ୍ଵସ୍ତ କରିବେ ? ପ୍ରଶ୍ନ ଉପରେ ନିରବତା ଭାଙ୍ଗିଲେ ଜୋ ରୁଟ୍ରାହାଣେ ଓ ହ୍ୟାଣ୍ଡସ୍କମ୍ବଙ୍କ ଏହି ଅନ୍ତର୍ଜାତୀୟ ଯୋଡ଼ି ଲିସେଷ୍ଟସାୟରକୁ ପରାଜୟରୁ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ରାହଣେ ୧୯୨ ବଲ୍ରୁ ୧୦୨ ରନ ଆଉଟ୍ ହୋଇଛନ୍ତି। ପ୍ରଥମ ଇନିଂସରେ ଲିସେଷ୍ଟସାୟର ୨୫୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ କୋଲିନ ଇନଗ୍ରାମଙ୍କ ଅପରାଜିତ ୨୫୭ ରନର ଦ୍ଵିଶତକୀୟ ଇନିଂସ ବଳରେ ଗ୍ଲେମୋର୍ଗନ ୯ ଓ୍ଵିକେଟ୍ ହରାଇ ୫୫୦ ରନର ପାଳି ସମାପ୍ତି ଘୋଷଣା କରିଥିଲା। ୨୯୯ ରନରେ ପଛୁଆ ଲିସେଷ୍ଟସାୟର ଦ୍ଵିତୀୟ ଇନିଂସରେ ୪ ଓ୍ଵିକେଟ୍ ହରାଇ ୨୭୧ ରନ କରି ସାରିଛି। ସୂଚନାଯୋଗ୍ୟ, ରାହାଣେ ବର୍ତ୍ତମାନ ଭଲ ଫର୍ମ ଦେଇ ଗତି କରୁଛନ୍ତି। ୨୦୨୩ ଜୁଲାଇରୁ ସେ ଭାରତୀୟ ଟେଷ୍ଟ ଦଳରୁ ବାହାରେ ଅଛନ୍ତି। କିନ୍ତୁ ସେ ଆଶା ଛାଡ଼ି ନାହାନ୍ତି ଏବଂ ନିୟମିତ ଭଲ ପ୍ର
ନୂଆଦିଲ୍ଲୀ: ଭାରତର ଅନୁଭବୀ ବ୍ୟାଟର ଆଜିଙ୍କ୍ୟ ରାହାଣେଙ୍କ ଦମଦାର ଶତକ। ରାହାଣେଙ୍କ ୪୦ତମ ପ୍ରଥମ ଶ୍ରେଣୀ ଶତକ ବଳରେ ଲିସେଷ୍ଟସାୟର ରବିବାର କାଉଣ୍ଟି ଚାମ୍ପିଅନଶିପ ଡିଭିଜନ ଟୁ ମ୍ୟାଚ୍ରେ ଗ୍ଲେମୋର୍ଗନ ବିପକ୍ଷରେ ଶେଷ ଦିନରେ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି। ରାହାଣେଙ୍କ ଶତକୀୟ ଇନିଂସରେ ୧୩ ଚୌକା ଏବଂ ଗୋଟିଏ ଛକା ସାମିଲ। ସେ ଅଷ୍ଟ୍ରେଲିଆର ପିଟର ହେଣ୍ଡସ୍କମ୍ବଙ୍କ ସହ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୮୩ ରନର ଗୁରୁତ୍ଵପୂର୍ଣ୍ଣ ଭାଗିଦାରୀ ଯୋଡ଼ିଛନ୍ତି।
Also read: ସଚିନଙ୍କ ବିଶ୍ଵ ରେକର୍ଡ ଧ୍ଵସ୍ତ କରିବେ ? ପ୍ରଶ୍ନ ଉପରେ ନିରବତା ଭାଙ୍ଗିଲେ ଜୋ ରୁଟ୍
ରାହାଣେ ଓ ହ୍ୟାଣ୍ଡସ୍କମ୍ବଙ୍କ ଏହି ଅନ୍ତର୍ଜାତୀୟ ଯୋଡ଼ି ଲିସେଷ୍ଟସାୟରକୁ ପରାଜୟରୁ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ରାହଣେ ୧୯୨ ବଲ୍ରୁ ୧୦୨ ରନ ଆଉଟ୍ ହୋଇଛନ୍ତି। ପ୍ରଥମ ଇନିଂସରେ ଲିସେଷ୍ଟସାୟର ୨୫୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ କୋଲିନ ଇନଗ୍ରାମଙ୍କ ଅପରାଜିତ ୨୫୭ ରନର ଦ୍ଵିଶତକୀୟ ଇନିଂସ ବଳରେ ଗ୍ଲେମୋର୍ଗନ ୯ ଓ୍ଵିକେଟ୍ ହରାଇ ୫୫୦ ରନର ପାଳି ସମାପ୍ତି ଘୋଷଣା କରିଥିଲା। ୨୯୯ ରନରେ ପଛୁଆ ଲିସେଷ୍ଟସାୟର ଦ୍ଵିତୀୟ ଇନିଂସରେ ୪ ଓ୍ଵିକେଟ୍ ହରାଇ ୨୭୧ ରନ କରି ସାରିଛି।
ସୂଚନାଯୋଗ୍ୟ, ରାହାଣେ ବର୍ତ୍ତମାନ ଭଲ ଫର୍ମ ଦେଇ ଗତି କରୁଛନ୍ତି। ୨୦୨୩ ଜୁଲାଇରୁ ସେ ଭାରତୀୟ ଟେଷ୍ଟ ଦଳରୁ ବାହାରେ ଅଛନ୍ତି। କିନ୍ତୁ ସେ ଆଶା ଛାଡ଼ି ନାହାନ୍ତି ଏବଂ ନିୟମିତ ଭଲ ପ୍ରଦର୍ଶନ କରି ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ସଂଘର୍ଷ କରୁଛନ୍ତି। କିନ୍ତୁ ରାହାଣେଙ୍କୁ ଆଗାମୀ ଦଲୀପ ଟ୍ରଫି ପାଇଁ ଚୟନ କରାଯାଇ ନାହିଁ। ଏହା ଚାରି ଦିନିଆ ଘରୋଇ ଟୁର୍ଣ୍ଣାମେଣ୍ଟ, ଯେଉଁଥିରେ ଦେଶର ଶୀର୍ଷ ଲାଲ ବଲ୍ର ତାରକା ଖେଳାଳି ଭାଗ ନେଇଥାନ୍ତି।
ରାହାଣେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୯୦ ମ୍ୟାଚ୍ରେ ୧୩ ହଜାର ୩୮୭ ରନ କରିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟ୍ରେ ୮୫ ମ୍ୟାଚ୍ ଖେଳି ୧୨ ଶତକ ସହ ୫୦୭୭ ରନ କରିଛନ୍ତି।