ପ୍ରକୃତିଙ୍କ ନାଁରେ ମେଧାବୃତ୍ତି ଘୋଷଣା କଲେ କିଟ୍ ପ୍ରତିଷ୍ଠାତା

ଭୁବନେଶ୍ୱର : କିଟ୍‍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ବାପା ଓ ମାମୁଙ୍କୁ ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରିଥିଲେ । ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ଶ୍ରୀ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ । ଏହି ଅବସରରେ ପ୍ରକୃତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ […]

ପ୍ରକୃତିଙ୍କ ନାଁରେ ମେଧାବୃତ୍ତି ଘୋଷଣା କଲେ କିଟ୍ ପ୍ରତିଷ୍ଠାତା

ଭୁବନେଶ୍ୱର : କିଟ୍‍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ବାପା ଓ ମାମୁଙ୍କୁ ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରିଥିଲେ । ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ଶ୍ରୀ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ । ଏହି ଅବସରରେ ପ୍ରକୃତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ ।

ଏହି ଘଟଣାରେ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସରୁ ଆସିଥିବା ଦୁଇ ଅଧିକାରୀ କିଟରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପୁନର୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ଅନ୍ୟ ପକ୍ଷରେ ନିଜ ଘରକୁ ଚାଲିଯାଇଥିବା ଅନେକ ଛାତ୍ରଛାତ୍ରୀ କିଟ୍‍କୁ ଫେରିଛନ୍ତି । କିଟ୍‍କୁ ଫେରି ନଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କିଟ୍‍ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।