ଆଜିଠାରୁ ଆଇପିଏଲ୍‌ ମହାସମର: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ଉଦ୍‌ଘାଟନ ସମାରୋହ

ଚେନ୍ନାଇ,୨୨।୩: ଆଜିଠାରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେଉଛି। ଏହି ସିଜିନର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଏକ ରଙ୍ଗୀନ ଉଦଘାଟନୀ ସମାରୋହ ହେବ। ଏହି ଉଦଘାଟନୀ ସମାରୋହରେ ଅକ୍ଷୟ କୁମାର, ଟାଇଗର ଶ୍ରଫ ଏବଂ ଆର୍‌ ରହମାନ ପରି ଭେଟେରାନମାନେ ନିଜର କଳା ପ୍ରଦର୍ଶନ କରିବେ। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଭାରତୀୟ ସମୟ […] The post ଆଜିଠାରୁ ଆଇପିଏଲ୍‌ ମହାସମର: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ଉଦ୍‌ଘାଟନ ସମାରୋହ appeared first on Dharitri Odia News.

ଆଜିଠାରୁ ଆଇପିଏଲ୍‌ ମହାସମର: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ଉଦ୍‌ଘାଟନ ସମାରୋହ

ଚେନ୍ନାଇ,୨୨।୩: ଆଜିଠାରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେଉଛି। ଏହି ସିଜିନର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଏକ ରଙ୍ଗୀନ ଉଦଘାଟନୀ ସମାରୋହ ହେବ। ଏହି ଉଦଘାଟନୀ ସମାରୋହରେ ଅକ୍ଷୟ କୁମାର, ଟାଇଗର ଶ୍ରଫ ଏବଂ ଆର୍‌ ରହମାନ ପରି ଭେଟେରାନମାନେ ନିଜର କଳା ପ୍ରଦର୍ଶନ କରିବେ। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଏହାପୂର୍ବରୁ ଏକ ରଙ୍ଗୀନ ଉଦଘାଟନୀ ସମାରୋହ ଆୟୋଜିତ ହେବ।

ଜିଓ ସିନେମାରେ ଆପଣ ଆଇପିଏଲ ଉଦଘାଟନୀ ସମାରୋହର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ପ୍ରଶଂସକମାନେ ଜିଓ ସିନେମାରେ ୧୨ଟି ଭାଷାରେ ଉପଭୋଗ କରିପାରିେ। ଏଥିପାଇଁ ପ୍ରଶଂସକମାନଙ୍କୁ ସବସ୍କ୍ରିପସନ ନେବାକୁ ପଡିବ ନାହିଁ, ଅର୍ଥାତ୍‌ ସେମାନଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ। ପ୍ରଶଂସକମାନେ ଏହି ଇଭେଣ୍ଟକୁ ମାଗଣାରେ ଦେଖିପାରିବେ। ଏହା ବ୍ୟତୀତ ଆପଣ ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କରେ ଲାଇଭ ପ୍ରସାରଣ ଦେଖିପାରିବେ। ଏହି ରଙ୍ଗୀନ ଉଦଘାଟନୀ ସମାରୋହ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ ଖେଳାଯିବ।
ଚେନ୍ନାଇର ଚେପକ ଷ୍ଟାଡିୟମରେ ଆଇପିଏଲ ଉଦଘାଟନୀ ସମାରୋହ ଆୟୋଜିତ ହେବ। ଏହା ପରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ସିଜିନ୍‌ର ପ୍ରଥମ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇ ସୁପର କିଙ୍ଗସ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନରେ ରୁତୁରାଜ ଗାଇକ୍ୱାଡଙ୍କୁ ଏହାର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛନ୍ତି। ଏଥି ସହିତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଫାଫ ଡୁ ପ୍ଲେସିସ ହେବେ।

The post ଆଜିଠାରୁ ଆଇପିଏଲ୍‌ ମହାସମର: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ଉଦ୍‌ଘାଟନ ସମାରୋହ appeared first on Dharitri Odia News.