ଆଜିଠାରୁ ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା
ଉତ୍ତରାଖଣ୍ଡ : ଆଜିଠାରୁ ଉତ୍ତରାଖଣ୍ଡରେ ଲାଗୁ ହେବ ଏକକ ନାଗରିକ ସଂହିତା । ଏହି ନିୟମ ଲାଗୁ କରିବାରେ ଦେଶରେ... The post ଆଜିଠାରୁ ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା appeared first on .
ଉତ୍ତରାଖଣ୍ଡ : ଆଜିଠାରୁ ଉତ୍ତରାଖଣ୍ଡରେ ଲାଗୁ ହେବ ଏକକ ନାଗରିକ ସଂହିତା । ଏହି ନିୟମ ଲାଗୁ କରିବାରେ ଦେଶରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହେବ। ଯେଉଁଠାରେ ଆଇନ କାନୁନରେ ବଡ ପରିବର୍ତ୍ତନ ହେବ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ କହିବାନୁସାରେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ବର୍ତ୍ତମାନଠାରୁ ରାଜ୍ୟରେ ଲିଙ୍ଗ, ଧର୍ମ ଆଧାରରେ କୌଣସି ଭେଦଭାବ ହେବ ନାହିଁ । ଏହାସହିତ ରାଜ୍ୟରେ ହଲାଲ ଏବଂ ବହୁବିବାହର ପରିସମାପ୍ତି ଘଟିବ ।
ଏକକ ନାଗରିକ ସଂହିତାର ସମସ୍ତ ନିୟମ ଲାଗୁ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛୁ । ସମସ୍ତ ଔପଚାରିକତା ପୂର୍ଣ୍ଣ କରିବା ପରେ ଏକକ ନାଗରିକ ସଂହିତା ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଅବସରରେ UCC ପୋର୍ଟାଲର ଶୁଭାରମ୍ଭ କରିବେ । ଆଜିଠାରୁ ଏକକ ନାଗରିକ ସଂହିତାର ସମସ୍ତ ନିୟମ ଲାଗୁ ହେବ। ଏନେଇ ଗତ ବର୍ଷ ପ୍ରଣୟନ ହୋଇଥିଲା ଆଇନ। ଏହାକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି। ୟୁସିସି ଲାଗୁ ହେବା ସଙ୍ଗେ ସଙ୍ଗେ ଅନେକ ଆଇନରେ ତୁରନ୍ତ ପରିବର୍ତ୍ତନ ଆସିବ। ରାଜ୍ୟ ସରକାର ଏହାକୁ ଲାଗୁ କରିବା ପୂର୍ବରୁ ଏ ନେଇ ରାଜ୍ୟବାସୀଙ୍କୁ ସଚେତନ ମଧ୍ୟ କରିଛନ୍ତି ।
ୟୁସିସି ଲାଗୁ ହେବା ନେଇ ଅନେକ ଦିନ ଧରି ବାଦ ବିବାଦ ଲାଗିଥିଲା । ସାରା ଦେଶରେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା । ୟୁସିସିକୁ ନେଇ ପୁରା ଉତ୍ତରାଖଣ୍ଡରେ ଜନତାଙ୍କ ମତ ସଂଗ୍ରହ କରାଯାଇଥିଲା । ଏହାକୁ ନେଇ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯାଇଥିଲା । କିଛି ଦିନ ତଳେ ଉତ୍ତରାଖଣ୍ଡ କ୍ୟାବିନେଟ ୟୁସିସିର ନିୟମାବଳୀ ନେଇ ଅନୁମୋଦନ ଦେଇଥିଲେ । ଏହାକୁ ଲାଗୁ କରିବା ନେଇ ଉତ୍ତରାଖଣ୍ଡ ସରକାର ପୁରା ପ୍ରସ୍ତୁତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଧାମୀ । ଏହା ଲାଗୁ ହେବା ଦ୍ଵାରା ସମାଜରେ ସମାନତା ଆସିବ ଏବଂ ସମସ୍ତ ନାଗରିକଙ୍କ ଲାଗି ସମାନ ଅଧିକାର ଏବଂ ସୁବିଧାସୁଯୋଗ ନିଶ୍ଚିତ ହୋଇପାରିବ ବୋଲି କହିଛନ୍ତି ଧାମି ।
ଏହି ନିୟମ ଲାଗୁ ହେବା ପରେ ପଞ୍ଜିକରଣ ତିନୋଟି ସ୍ତର ଦେଇ ଗତି କରିବ । ଏହାସହିତ ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିଲେ ସିଏସସି ମାଧ୍ୟମରେ ପଞ୍ଜୀକରଣ ହେବ । ଏନେଇ ଆଧାରକାର୍ଡ ପଞ୍ଜିକରଣ କରାଯିବ । ଯେକୌଣସି ଅଭିଯୋଗ ଆପଣ ପୋର୍ଟାଲ ମାଧ୍ୟମରେ ଜଣାଇପାରିବେ । ଏହି ନିୟମ ଲାଗୁ ହେବା ପରେ ଉତ୍ତରାଧିକାରୀ ପାଇଁ ସାକ୍ଷୀର ଆଶ୍ୟକ ପଡିବ । ଛାଡପତ୍ର ପାଇଁ କୋର୍ଟର ମଞ୍ଜୁରୀ ନେବାକୁ ପଡିବ । ବୈବାହିକ ସମ୍ପର୍କ ଭାଙ୍ଗିବା ପରେ ୬୦ଦିନ ଭିତରେ ପୋର୍ଟାଲ ମାଧ୍ୟମରେ ସୂଚନା ଦେବାକୁ ପଡିବ । ଏହାସହିତ ଲିଭ ଇନରେ ରହୁଥିବା କପଲଙ୍କୁ ଏକ ମାସ ମଧ୍ୟରେ ପଞ୍ଜୀକରଣ କରିବାକୁ ପଡିବ । ଏନେଇ ପଞ୍ଚାୟତ ସ୍ତରରେ ଉପ ରେଜିଷ୍ଟର ବା ରେଜିଷ୍ଟର ନିୟୋଜିତ ହେବେ ।
The post ଆଜିଠାରୁ ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା appeared first on .