ଆଜିଠାରୁ ଥୋମାସ୍, ଉବର କପ୍
ଚେଙ୍ଗ୍ଡୁ, ୨୭ା୪ ଥୋମାସ କପ୍ ଓ ଉବର କପ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ମହିଳା ଦଳ ଅଦ୍ୱିତୀୟ ପି. ଭି. ସିନ୍ଧୁଙ୍କ ଅନୁପସ୍ଥିତିରେ ଉବର କପ୍ରେ ଏହାର ଅଭିଯାନ ଆରମ୍ଭ କରିବ। ଦୁଇ ବର୍ଷ ପୂର୍ବେ ବ୍ୟାଙ୍କକ୍ଠାରେ ପ୍ରଥମ ଥର ଥୋମାସ କପ୍ ଜିତି ପୁରୁଷ ଦଳ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଟୁର୍ନାମେଣ୍ଟର […] The post ଆଜିଠାରୁ ଥୋମାସ୍, ଉବର କପ୍ appeared first on Dharitri Odia News.
ଚେଙ୍ଗ୍ଡୁ, ୨୭ା୪ ଥୋମାସ କପ୍ ଓ ଉବର କପ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ।
ଅନ୍ୟପକ୍ଷରେ ମହିଳା ଦଳ ଅଦ୍ୱିତୀୟ ପି. ଭି. ସିନ୍ଧୁଙ୍କ ଅନୁପସ୍ଥିତିରେ ଉବର କପ୍ରେ ଏହାର ଅଭିଯାନ ଆରମ୍ଭ କରିବ। ଦୁଇ ବର୍ଷ ପୂର୍ବେ ବ୍ୟାଙ୍କକ୍ଠାରେ ପ୍ରଥମ ଥର ଥୋମାସ କପ୍ ଜିତି ପୁରୁଷ ଦଳ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା।
ଟୁର୍ନାମେଣ୍ଟର ୩୩ତମ ସଂସ୍କରଣରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ପୁଣି ଧମାକଦାର ପ୍ରଦର୍ଶନ କରିବା ସେତେଟୋ ସହଜ କଥା ନୁହେଁ। ହେଲେ ପ୍ରତିଯୋଗିତାରେ ଭାରତକୁ ଅଣ୍ଡରଡଗ୍ ବିବେଚନା କରାଯିବ ନିଶ୍ଚୟ। ଭାରତ ଏଥର ‘ଗ୍ରୁପ୍ ଅଫ୍ ଡେଥ୍’ ବୋଲି କୁହାଯାଉଥିବା ଗ୍ରୁପ୍ ‘ସି’ରେ ସ୍ଥାନ ପାଇଛି।
ଏଥିରେ ସ୍ଥାନ ପାଇଥିବା ଇଣ୍ଡୋନେସିଆ, ଥାଲାଇଣ୍ଡ ଓ ଇଂଲଣ୍ଡ ଏକାଧିକ ଥର ଟାଇଟଲ ବିଜୟୀ ହୋଇଛନ୍ତି। ତେଣୁ ଗାରତକୁ ଗତ ସଂସ୍କରଣରୁ ଅଭିଜ୍ଞତାକୁ ଏଠାରେ ଉପଯୋଗ କରିବାକୁ ପଡ଼ିବ। ଥାଇଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହି ଦଳରେ ବିଶ୍ୱ ଚାମ୍ପିୟନ କୁନ୍ଲାଭଟ ଭିତିଦସରଣ ଏବଂ ଯୁବ ପ୍ରତିଭା ପନିତଚାଫନ ତିରାରାତସକୁଲି ରହିଛନ୍ତି। କିନ୍ତୁ ଭାରତକୁ ଇଣ୍ଡୋନେସିଆ ବିପକ୍ଷ ମ୍ୟାଚ କଷ୍ଟସାଧ୍ୟ ହେବ।
ଏହି ଦଳରେ ଜୋନାଥନ ଖ୍ରିଷ୍ଟି ଓ ଆନ୍ଥୋନୀ ଜିନ୍ଟିଙ୍ଗଙ୍କ ଭଳି ଖେଳାଳି ଅଛନ୍ତି। ଦୁହେଁ ମାର୍ଚ୍ଚରେ ଅଲ୍ ଇଂଲଣ୍ଡ ଫାଇନାଲ ଖେଳିଥିଲେ। ଏହାଛଡ଼ା ଦଳରେ ବିଶ୍ୱର ୭ ନମ୍ବର ଯୋଡ଼ି ମହମ୍ମଦ ରିଆ ଆର୍ଦିଆନ୍ତୋ ଓ ଫଜାର ଅଲ୍ିଫିଆନ ମଧ୍ୟ ଅଛନ୍ତି। ଭାରତର ଏଚ୍.ଏସ୍ ପ୍ରଣୟ କହିଛନ୍ତି, ଚଳିତବର୍ଷ ଫର୍ମକୁ ଅନୁଧ୍ୟାନ କଲେ ଚାଇନା, ଡେନମାର୍କ, ଚାଇନିଜ ତାଇପେ, ଜାପାନ ଓ ଇଣ୍ଡୋନେିସଆ ଭଳି ଦଳରେ ୩ ଶକ୍ତିଶାଳୀ ସିଙ୍ଗଲ୍ସ ସୁଇ ଡବଲ୍ସ ଖେଳାଳି ଭଲ ଫର୍ମରେ ରହିଛନ୍ତି।
ଅନ୍ୟପକ୍ଷରେ ମହିଳା ଟୁର୍ନାମେଣ୍ଟ ଉବର କପ୍ରେ ଅସ୍ମିତା ଛଲିଆ ଏକ ଯୁବ ଭାରତୀୟ ଦଳର ନେତୃତ୍ୱ ନେବେ। ବଡ଼ ଖେଳାଳିମାନେ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ଲାଗି ସିରିଜ ଟୁର୍ନାମେଣ୍ଟ ଖେଳିଥିବାରୁ ସେମାନେ ଉବର କପ୍ରୁ ଓହରିଯାଇଛନ୍ତି। ଭାରତୀୟ ମହିଳା ଦଳ ଗ୍ରୁପ୍ ‘ଏ’ରେ କାନାଡା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଟପ୍ ସିଡ୍ ତଥା ଏକାଧିକ ଥର ବିଜେତା ଚାଇନା ଓ ସିଙ୍ଗାପୁର ଏହି ଗ୍ରୁପ୍ରେ ଅନ୍ୟ ଦଳ ଭାବେ ସ୍ଥାନ ପାଇଛନ୍ତି। ହୁବ ମହିଳା ଦଳକୁ ଗ୍ରୁପ୍ ପର୍ଯ୍ୟାୟରୁ ଉନ୍ନୀତ ହେବା ସମ୍ଭାବନା ଖୁବ୍ କମ୍ ଦେଖାଯାଉଛି।
The post ଆଜିଠାରୁ ଥୋମାସ୍, ଉବର କପ୍ appeared first on Dharitri Odia News.