ଆଜିଠାରୁ ସକାଳୁଆ ସ୍କୁଲ: ସକାଳ ସାଢେ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପାଠପଢା
ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ... The post ଆଜିଠାରୁ ସକାଳୁଆ ସ୍କୁଲ: ସକାଳ ସାଢେ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପାଠପଢା appeared first on .
ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ଯାଏଁ ଚାଲିବ ପାଠପଢ଼ା। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଗତକାଲି ଚିଠି ଲେଖିଥିଲେ ସ୍କୁଲ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ସହ ପାନୀୟ ଜଳ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାମାନଙ୍କୁ ବି ସ୍କୁଲରେ ଖରାରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ତାପମାତ୍ରାକୁ ଦୃଷ୍ଟି ରଖି ସମୟ ପରିବର୍ତ୍ତନର ନିଷ୍ପତ୍ତି ନେବେ ଜିଲ୍ଲାପାଳ। ସେହିପରି ଆଉଟଡୋର କାମରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
The post ଆଜିଠାରୁ ସକାଳୁଆ ସ୍କୁଲ: ସକାଳ ସାଢେ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପାଠପଢା appeared first on .