ଆଜିଠାରୁ + ୩ ନାମଲେଖା ପାଇଁ ଆବେଦନ
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି + ୩ ନାମଲେଖା ପାଇଁ ଆବେଦନ I ୨୦୨୪-୨୫ ଶିକ୍ଷାବର୍ଷ ସ୍ନାତକ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଆବେଦନ ଆରମ୍ଭ ହେବ । ସ୍ନାତକରେ ନାମଲେଖା ପାଇଁ ଇଛୁକ ଛାତ୍ରଛାତ୍ରୀମାନେ ସ୍ଟୁଡେଣ୍ଟ ଏକାଡେମୀ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ଆବେଦନ କରିପାରିବେ। କଳା, ବାଣିଜ୍ୟ, ବିଜ୍ଞାନ, ନିଜସ୍ବ ଦେୟ ପାଠ୍ୟକ୍ରମ ସହ ସଂସ୍କୃତ ପାଠ୍ୟକ୍ରମ ପାଇଁ ମୋଟ ୨ ଲକ୍ଷ ୭୨ ହଜାର ୭୦୩ […]

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି + ୩ ନାମଲେଖା ପାଇଁ ଆବେଦନ I ୨୦୨୪-୨୫ ଶିକ୍ଷାବର୍ଷ ସ୍ନାତକ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଆବେଦନ ଆରମ୍ଭ ହେବ । ସ୍ନାତକରେ ନାମଲେଖା ପାଇଁ ଇଛୁକ ଛାତ୍ରଛାତ୍ରୀମାନେ ସ୍ଟୁଡେଣ୍ଟ ଏକାଡେମୀ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ଆବେଦନ କରିପାରିବେ।
କଳା, ବାଣିଜ୍ୟ, ବିଜ୍ଞାନ, ନିଜସ୍ବ ଦେୟ ପାଠ୍ୟକ୍ରମ ସହ ସଂସ୍କୃତ ପାଠ୍ୟକ୍ରମ ପାଇଁ ମୋଟ ୨ ଲକ୍ଷ ୭୨ ହଜାର ୭୦୩ ଆସନ ଚୂଡ଼ାନ୍ତ ହୋଇଛି। ଏହିସବୁଥିରେ ଆବେଦନକରିବା ପାଇଁ ଛାତ୍ରଛାତ୍ରୀମାନେ ଆଜି ଅପରାହ୍ଣ ୪ଟାରୁ www.samsodisha.gov.in ଲଗଇନ୍ କରି ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଜୁନ୍ ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ ସମୟ ରହିବ। ଆବେଦନପତ୍ରରେ କୌଣସି ତ୍ରୁଟି ଥିଲେ ୧୮ ତାରିଖ ଦିନ ସଂଶୋଧନ କରାଯାଇପାରିବ।
ଚଳିତ ବର୍ଷ ୧୦ ଶିକ୍ଷାନୁଷ୍ଠାନରେ ନାମଲେଖା ଉପରେ କଟକଣା ଲଗାଯାଇଛି । ଏଥିସହ ଆସନ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ୨୦୨୩-୨୪ରେ ୧୦୪୭ ଉଚ୍ଚ ଶିକ୍ଷାନୁଷ୍ଠାନରେ +୩ ପାଇଁ ନାମଲେଖା ଯାଇଥିଲାବେଳେ ୧ ଲକ୍ଷ ୫୩ ହଜାର ୫୪ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ୧ ଲକ୍ଷ ୨୧ ହଜାର ୯୬୫ ଆସନ ଖାଲି ରହିଥିବାରୁ ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ସଂଖ୍ୟା କମାଇଦିଆଯାଇଛି ।