ଆଜିଠୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ୧୦ ଟାରେ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSE ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆଜିଠୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଆଜିଠୁ ଆରମ୍ଭ ହେଉଛି CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା। ଦେଶ ତଥା ଦେଶ ବାହାରର ପ୍ରାୟ ୩୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେହିପରି ରାଜ୍ୟର ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ସକାଳ ସାଢେ ୧୦ଟାରୁ ସାଢେ ୧୨ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ। ଦଶମ ବୋର୍ଡ ପରୀକ୍ଷା ମାର୍ଚ୍ଚ ୧୩ ଯାଏ ଚାଲିବାକୁ ଥିବାବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ୍ ୨ ଯାଏ ଚାଲିବ।

ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ୧୦ ଟାରେ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSE ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ନଜରରେ ରହିବ।

୧୫, ୧୬ ଓ ୧୭ ତାରିଖ ଆର୍ଟ, ମ୍ୟୁଜିକ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଥିବା ବେଳେ ଫେବ୍ରୁଆରୀ ୧୯ରୁ ମୁଖ୍ୟ ପରୀକ୍ଷା ଆରମ୍ଭ ହେବ। ମୁଖ୍ୟ ବିଷୟ ପରୀକ୍ଷା ପାଇଁ ୩ ଘଣ୍ଟା ସମୟ ମିଳିବ।