୧୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଅଭିଯୁକ୍ତ ମାନେ ମୋହନା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁରକୁ ଚାଲାଣ କରୁଥିଲେ। ଏସମ୍ପର୍କରେ ପୁଲିସକୁ ଖବର ମିଳିଥିଲା।

୧୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଜପତି ଜିଲ୍ଲା ମୋହନା ଥାନା ପୁଲିସ କମଳାପୁର ଛକରେ ପାଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଟ୍ରାକ୍ଟରରୁ ୧ କୁଇଣ୍ଟାଲ୍ ୯୭ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ରାମକୃଷ୍ଣ ସାହୁ, ସୁଶାନ୍ତ ସାହୁ ଓ ସନ୍ତୋଷ ଜାନୀ।

ଅଭିଯୁକ୍ତ ମାନେ ମୋହନା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁରକୁ ଚାଲାଣ କରୁଥିଲେ। ଏସମ୍ପର୍କରେ ପୁଲିସକୁ ଖବର ମିଳିଥିଲା। କମଳାପୁର ଛକ ନିକଟରେ ଚଢାଉ କରି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।