ଆଜିଠୁ ଚମ୍ପିଆନ୍ସ ଟ୍ରଫି
କରାଚି: ବୁଧବାରଠାରୁ ଆଇସିସି ଚମ୍ପିଆନ୍ସ ଟ୍ରଫି ପାକିସ୍ତାନ ଓ ୟୁଏଇରେ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। ବୁଧବାର ପ୍ରଥମ ମ୍ୟାଚ୍ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ୨୦୧୭ରେ ଶେଷଥର ଚମ୍ପିଆନ୍ସ ଟ୍ରଫି ଖେଳା ଯାଇଥିବା ବେଳେ ପାକିସ୍ତାନ ଚମ୍ପିଆନ୍ ହୋଇଥିଲା। ଏହାର ୮ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ପ୍ରଥମ ୨ଟି ସଂସ୍କରଣରେ ଏହାର ନାମ ଆଇସିସି ନକ୍ଆଉଟ୍ ଟ୍ରଫି ଥିବା ବେଳେ ୨୦୦୨ରୁ ଏହା ଚମ୍ପିଆନ୍ସ ଟ୍ରଫି […]

କରାଚି: ବୁଧବାରଠାରୁ ଆଇସିସି ଚମ୍ପିଆନ୍ସ ଟ୍ରଫି ପାକିସ୍ତାନ ଓ ୟୁଏଇରେ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। ବୁଧବାର ପ୍ରଥମ ମ୍ୟାଚ୍ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ୨୦୧୭ରେ ଶେଷଥର ଚମ୍ପିଆନ୍ସ ଟ୍ରଫି ଖେଳା ଯାଇଥିବା ବେଳେ ପାକିସ୍ତାନ ଚମ୍ପିଆନ୍ ହୋଇଥିଲା। ଏହାର ୮ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ପ୍ରଥମ ୨ଟି ସଂସ୍କରଣରେ ଏହାର ନାମ ଆଇସିସି ନକ୍ଆଉଟ୍ ଟ୍ରଫି ଥିବା ବେଳେ ୨୦୦୨ରୁ ଏହା ଚମ୍ପିଆନ୍ସ ଟ୍ରଫି ନାମରେ ଖେଳାଯାଉଛି। ଏହାକୁ ମିନି ବିଶ୍ବକପ୍ ମଧ୍ୟ କୁହାଯାଏ। ୨୦୨୩ ଦିନିକିଆ ବିଶ୍ବକପ୍ର ମାନ୍ୟତା ଅନୁସାରେ ୮ଟି ଦଳ ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ଯାଉଛନ୍ତି। ମାର୍ଚ୍ଚ ୯ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳାଯିବ। ପାକିସ୍ତାନର କରାଚି, ଲାହୋର ଓ ରାୱଲପିଣ୍ଡିରେ ମ୍ୟାଚ୍ ଖେଳାଯିବ। ପାକିସ୍ତାନ ଯିବାକୁ ଭାରତୀୟ ଦଳକୁ ଅନୁମତି ନ ମିଳିବାରୁ ଚମ୍ପିଆନ୍ସ ଟ୍ରଫି ହାଇବ୍ରିଡ୍ ମଡେଲ୍ରେ ଖେଳାଯିବ। ଭାରତ ୩ଟିଯାକ ଲିଗ୍ ମ୍ୟାଚ୍ ଦୁବାଇରେ ଖେଳିବ। ଭାରତ ଯଦି ସେମିଫାଇନାଲ ଓ ଫାଇନାଲରେ ପହଞ୍ଚେଟ୍ଟ ଏହି ମ୍ୟାଚ୍ ମଧ୍ୟ ଦୁବାଇରେ ଖେଳାଯିବ। ଚମ୍ପିଆନ୍ସ ଟ୍ରଫିର ୮ ଦଳଙ୍କୁ ୨ଟି ଗ୍ରୁପ୍ରେ ରଖାଯାଇଛି। ଗ୍ରୁପ୍ ‘ଏ’ରେ ପାକିସ୍ତାନ, ଭାରତ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ରହିଛନ୍ତି। ଗ୍ରୁପ୍ ‘ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆଫ୍ଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଟୁର୍ଣ୍ଣାମେଣ୍ଟର ୧୫ଟିଯାକ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ଣ ୨.୩୦ରୁ ଆରମ୍ଭ ହେବ।