ମୁମ୍ବାଇରୁ କେରଳକୁ ଯାଉଥିବା ବିମାନରେ ବୋମା ! ଥିରୁବନନ୍ତପୁରମ୍ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି

ମୁମ୍ୱାଇ ୨୨/୦୮: କେରଳର ରାଜଧାନୀ ଥିରୁବନନ୍ତପୁରମରେ ବିମାନବନ୍ଦରରେ ଉତ୍ତେଜନା । ମୁମ୍ବାଇରୁ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଖବର ଜଣାପଡିବା ପରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଏହାପରେ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିମାନରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର ସମ୍ପର୍କରେ ସୂଚନା ମିଳିନାହିଁ । ତେବେ ବୋମା ଖବର ପ୍ରଘଟ ପରେ ପୂରା ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । Kerala | Air India flight 657 landed at Thiruvananthapuram Airport. A full emergency declared after a bomb threat was received. The flight in the isolation bay. Passengers to be evacuated soon: Thiruvananthapuram AirportMore details awaited— ANI (@ANI) August 22, 2024ସୂଚନା ଥାଉକି, ଏୟାର ଇଣ୍ଡିଆ ଫ୍ଲାଇଟ୍ ୬୫୭ ଥିରୁବନନ୍ତପୁରମ ବିମାନବନ୍ଦରରେ ଅବତରଣ କରିଥିଲା । ବୋମା ଖବର ପାଇବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବର୍ତ୍ତମାନ ବିମାନକୁ ପୃଥକ କରି ରଖାଯାଇଛି । ଯାତ୍ରୀମାନଙ୍କୁ ଶୀଘ୍ର ବିମାନରୁ ସ୍ଥାନାନ୍ତର କରାଯିବ । ବିମାନକୁ ଅଲଗା ଅଲଗା ସ୍ଥାନରେ ରଖାଯାଉଥିବାରୁ ଅନ୍ୟ ବିମାନ ପାଇଁ କୌଣସି ବିପଦ ନାହିଁ । ବର୍ତ୍ତମାନ ବୋମା ଖବରର ଗୁଜବ କି ନୁହେଁ ତାହା ଅନୁସନ୍ଧାନ କରାଯାଉଛି,

ମୁମ୍ବାଇରୁ କେରଳକୁ ଯାଉଥିବା ବିମାନରେ ବୋମା ! ଥିରୁବନନ୍ତପୁରମ୍ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି

ମୁମ୍ୱାଇ ୨୨/୦୮: କେରଳର ରାଜଧାନୀ ଥିରୁବନନ୍ତପୁରମରେ ବିମାନବନ୍ଦରରେ ଉତ୍ତେଜନା । ମୁମ୍ବାଇରୁ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଖବର ଜଣାପଡିବା ପରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଏହାପରେ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିମାନରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର ସମ୍ପର୍କରେ ସୂଚନା ମିଳିନାହିଁ । ତେବେ ବୋମା ଖବର ପ୍ରଘଟ ପରେ ପୂରା ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । 


ସୂଚନା ଥାଉକି, ଏୟାର ଇଣ୍ଡିଆ ଫ୍ଲାଇଟ୍ ୬୫୭ ଥିରୁବନନ୍ତପୁରମ ବିମାନବନ୍ଦରରେ ଅବତରଣ କରିଥିଲା । ବୋମା ଖବର ପାଇବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବର୍ତ୍ତମାନ ବିମାନକୁ ପୃଥକ କରି ରଖାଯାଇଛି । ଯାତ୍ରୀମାନଙ୍କୁ ଶୀଘ୍ର ବିମାନରୁ ସ୍ଥାନାନ୍ତର କରାଯିବ । ବିମାନକୁ ଅଲଗା ଅଲଗା ସ୍ଥାନରେ ରଖାଯାଉଥିବାରୁ ଅନ୍ୟ ବିମାନ ପାଇଁ କୌଣସି ବିପଦ ନାହିଁ । ବର୍ତ୍ତମାନ ବୋମା ଖବରର ଗୁଜବ କି ନୁହେଁ ତାହା ଅନୁସନ୍ଧାନ କରାଯାଉଛି, କାରଣ ଅଧିକାଂଶ କ୍ଷେତ୍ରରେ ଏହା ଘଟିଛି ।