ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଦିନର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ମଙ୍ଗଳବାର... The post ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ appeared first on .

ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଦିନର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ମଙ୍ଗଳବାର ଦିନ ଭିତର ରତ୍ନଭଣ୍ଡାରରେ ବନ୍ଧାଯାଇଥିଲା ଲୁହାଭାରା। ଏଏସଆଇର ୧୫ ରୁ ୨୦ ଜଣ କୁଶଳୀ ଶ୍ରମିକଙ୍କ ଦ୍ବାରା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ଡି ପ୍ଲାଷ୍ଟରିଂ ଅର୍ଥାତ ଚୂନ ଛଡାଇ ପରିଷ୍କାର କରାଯିବ। ଦୈନିକ ୫ ଘଣ୍ଟା ମରାମତି କରିବାକୁ ଲକ୍ଷ୍ୟ ରଖାଯାଇଛି। ଛତିଶାନିଯୋଗ ବୈଠକରେ ପ୍ରସ୍ତୁତ ନୀତିନିର୍ଘଣ୍ଟ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଦ୍ୱିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହୋଇଥିଲା ଭିତର ଭଣ୍ଡାର ମରାମତି କାର୍ଯ୍ୟ। ଏକ୍ସପର୍ଟ ଟିମ୍ ସହ ଶ୍ରୀମନ୍ଦିର ବୈଷୟିକ ଟିମ୍,ଏଏସଆଇ ପୁରୀ ସର୍କଲ ଅଧିକାରୀ ମାନେ ମରାମତି କାର୍ଯ୍ୟର ଅନୁଧ୍ୟାନ କରିବେ।ମରାମତି କାର୍ଯ୍ୟରେ ଯେଉଁମାନେ ନିଯୁକ୍ତ ହୋଇଛନ୍ତି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପରିଚୟପତ୍ର ପ୍ରଦାନ କରାଯାଇଛି। ମରାମତି ବେଳେ ଫାଟ ସୃଷ୍ଟି ହୋଇଥିବା ପଥର ଓ ବିମ୍ କୁ ଅପସାରଣ କରାଯିବ। ରତ୍ନଭଣ୍ଡାର ଚଟାଣରେ ଗ୍ରାନାଇଟ୍ ପଥର ମଧ୍ୟ ବିଛାଯିବ ବୋଲି ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ କହିଛନ୍ତି। ଅନ୍ୟପଟେ ମରାମତି ସମୟରେ ଭକ୍ତମାନେ ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।ଆସନ୍ତା ତିନିମାସ ଭିତରେ ଭିତର ରତ୍ନଭଣ୍ଡାର ମରାମତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତକାଲି ଦିବା ପହୁଡ଼ ନୀତି ଲାଗି ମରାମତି କାର୍ଯ୍ୟ ବନ୍ଦ ରହିଥିଲା।

The post ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ appeared first on .