ଜାମୁ ଓ କାଶ୍ମୀର ବିଧାନସଭାର ଚାଲିଛି ସ୍ବତନ୍ତ୍ର ଅଧିବେଶନ, ଆତଙ୍କବାଦ ବିରୋଧରେ ଗୃହୀତ ହୋଇପାରେ ପ୍ରସ୍ତାବ
ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣ ଘଟଣାକୁ ନେଇ ଆଜି ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଚାଲିଛି... The post ଜାମୁ ଓ କାଶ୍ମୀର ବିଧାନସଭାର ଚାଲିଛି ସ୍ବତନ୍ତ୍ର ଅଧିବେଶନ, ଆତଙ୍କବାଦ ବିରୋଧରେ ଗୃହୀତ ହୋଇପାରେ ପ୍ରସ୍ତାବ appeared first on .
ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣ ଘଟଣାକୁ ନେଇ ଆଜି ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଚାଲିଛି । ଅଧିବେଶନରେ ପହଲଗାଓଁ ଆକ୍ରମଣ ପ୍ରସଙ୍ଗ ଆଲୋଚନା କରାଯାଇଛି। ମୃତକଙ୍କ ଅମର ଆତ୍ମାର ସଦଗତି ଲାଗି ନୀରବ ପ୍ରାର୍ଥନା କରାଯାଇଛି। ଆତଙ୍କବାଦ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଗୃହରେ ବିଭିନ୍ନ ଦଳର ନେତାମାନେ ଆତଙ୍କବାଦ ହମଲା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅଧିବେଶନ କାଳରେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନା ହୋଇ ନାହିଁ। ଜାମୁ ଓ କାଶ୍ମୀର ପୁନର୍ଗଠନ ଆଇନ ୨୦୧୫ ଅନୁସାରେ ଏହି ଅଧିବେଶନ ଡକାଯାଇଛି।
କ୍ୟାବିନେଟର ଅନୁରୋଧ କ୍ରମେ ଅଧିବେଶନ ଆହୂତ କରିଥିଲେ ଏଲଜି। ପହଲଗାଓଁ ହମଲାରେ ୨୬ ଜଣଙ୍କ ମୃତ୍ଯୁ ଘଟିବା ପରେ ସାରା ଜାମୁ ଓ କାଶ୍ମୀରରେ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ କରାଯାଉଛି ବିକ୍ଷୋଭ। ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଏପ୍ରିଲ ୯ରେ ବିଧାନସଭାର ବଜେଟ ଅଧିବେଶନକୁ ସାଇନଡାଏ ଘୋଷଣା କରାଯାଇଥିଲା।
The post ଜାମୁ ଓ କାଶ୍ମୀର ବିଧାନସଭାର ଚାଲିଛି ସ୍ବତନ୍ତ୍ର ଅଧିବେଶନ, ଆତଙ୍କବାଦ ବିରୋଧରେ ଗୃହୀତ ହୋଇପାରେ ପ୍ରସ୍ତାବ appeared first on .