ମିଶନ ଶକ୍ତିକୁ ଭାଙ୍ଗିବାକୁ ଚାହୁଁଛନ୍ତି ସରକାର – ରାଜା ସ୍ୱାଇଁ
ଭୁବନେଶ୍ୱର : ମିଶନ ଶକ୍ତିକୁ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ଇ ମିଶନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି । ଏନେଇ ତଥ୍ୟ ରଖିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ ମିଶନ ଶକ୍ତି ଇସି ନିଯୁକ୍ତି ନେଇ ସ୍ପଷ୍ଟ କରିଛନ୍ତି । ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ମିଶନ ଶକ୍ତି ଇସି ସଦସ୍ୟଙ୍କୁ ନେଇ ରଣେନ୍ଦ୍ର କହିନ୍ତି କେନ୍ଦ୍ର ସରକାର ୧୯୯୯ ମସିହା ଏପ୍ରିଲ ପହିଲାରୁ ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ […]

ଭୁବନେଶ୍ୱର : ମିଶନ ଶକ୍ତିକୁ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ଇ ମିଶନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି । ଏନେଇ ତଥ୍ୟ ରଖିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ ମିଶନ ଶକ୍ତି ଇସି ନିଯୁକ୍ତି ନେଇ ସ୍ପଷ୍ଟ କରିଛନ୍ତି । ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ମିଶନ ଶକ୍ତି ଇସି ସଦସ୍ୟଙ୍କୁ ନେଇ ରଣେନ୍ଦ୍ର କହିନ୍ତି କେନ୍ଦ୍ର ସରକାର ୧୯୯୯ ମସିହା ଏପ୍ରିଲ ପହିଲାରୁ ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା ଆରମ୍ଭ କରିଥିଲେ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଅଙ୍ଗନବାଡି କର୍ମୀ ଇସି ସଦସ୍ୟଙ୍କୁ ବଛା ଯାଇ ମହିଳା ମହାସଂଘକୁ କାର୍ଯ୍ୟଭାର ଦିଆଯାଇଥିଲା । ଏମାନେ ନିର୍ବାଚିତ ଲୋକ ପ୍ରତିନିଧି ନୁହନ୍ତି । ତୃଣମୂଳସ୍ତରର ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଇବା କାର୍ଯ୍ୟ ମିସନ ଶକ୍ତି କରିଆସୁଛି। ମିସନ ଶକ୍ତିର ଇସିମାନେ ବୈଠକ ବାବଦରେ ସିଟିଂ ଆଲାଉନ୍ସ ପାଉଥିଲେ । ଏହା ବ୍ୟତୀତ ମାସିକ ୧ ହଜାର ଟଙ୍କା ଫିକ୍ସଡ୍ ଟ୍ରାଭେଲିଂ ଆଲାଉନ୍ସ ସେମାନଙ୍କୁ ଦିଆଯାଉଥିଲା । ଇସି ମହିଳାଙ୍କୁ ବିନା ସୁଧରେ ପୂର୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସ୍କୁଟି ପ୍ରଦାନ କରିଥିଲେ ।
ରିଷ୍ଟ୍ରକ୍ଚରିଂ ଆଳରେ ଏମାନଙ୍କୁ ହଟାଇ ସୀମିତ ସଂଖ୍ୟକ ଅସ୍ଥାୟୀ ନୂତନ ଇସି ଚୟନ, ସୀମିତ ସଂଖ୍ୟକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ରଖି ବିଶାଳ ମହାଦ୍ରୁମ ମିଶନ ଶକ୍ତିକୁ ଧ୍ଵଂସ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ରଣେନ୍ଦ୍ର । ସରକାର ଏଭଳି କରିବା ପରିବର୍ତ୍ତେ ମିଶନ ଶକ୍ତିକୁ ଅଧିକ ସଶକ୍ତ କରାଯିବାକୁ ସେ ଦାବି କରିଛନ୍ତି । ସରକାର ନିଜର କାର୍ଯ୍ୟଧାରାରେ ପରିବର୍ତ୍ତନ ନକଲେ ରାଜ୍ୟର ୩୧୪ ବ୍ଲକରେ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି।