ଆଜିଠୁ ବରଗଡ଼ରେ ଧାନକିଣା

ବରଗଡ଼,୨୦ା୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବୁଧବାରଠାରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରଗଡ଼ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ କଲାପାଣି ମାର୍କେଟ୍‌ ୟାର୍ଡ (ମଣ୍ଡି)ରେ ପୂର୍ବାହ୍ନ ୧୦ଟାରେ ଏହାର ଶୁଭାରମ୍ଭ କରିବେ। ଉକ୍ତ କାର୍ଯ୍ୟକ୍ରମରେ ଜିଲାର ସମସ୍ତ ବିଧାୟକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। କଲାପାଣି ମଣ୍ଡିରେ ଧାନ ସଂଗ୍ରହ ଶୁଭାରମ୍ଭ ପରେ ଅତାବିରା ଏବଂ ଗୋଡ଼ଭଗା ମାର୍କେଟ୍‌ ୟାର୍ଡରେ ଧାନ ସଂଗ୍ରହ […] The post ଆଜିଠୁ ବରଗଡ଼ରେ ଧାନକିଣା appeared first on Dharitri Odia News.

ଆଜିଠୁ ବରଗଡ଼ରେ ଧାନକିଣା

ବରଗଡ଼,୨୦ା୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବୁଧବାରଠାରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରଗଡ଼ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ କଲାପାଣି ମାର୍କେଟ୍‌ ୟାର୍ଡ (ମଣ୍ଡି)ରେ ପୂର୍ବାହ୍ନ ୧୦ଟାରେ ଏହାର ଶୁଭାରମ୍ଭ କରିବେ। ଉକ୍ତ କାର୍ଯ୍ୟକ୍ରମରେ ଜିଲାର ସମସ୍ତ ବିଧାୟକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। କଲାପାଣି ମଣ୍ଡିରେ ଧାନ ସଂଗ୍ରହ ଶୁଭାରମ୍ଭ ପରେ ଅତାବିରା ଏବଂ ଗୋଡ଼ଭଗା ମାର୍କେଟ୍‌ ୟାର୍ଡରେ ଧାନ ସଂଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି।
ତେବେ ଧାନ ସଂଗ୍ରହ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ଅତାବିରା, ବରଗଡ଼ ସମେତ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ଧାନ ସଂଗ୍ରହ ପାଇଁ ମଣ୍ଡି ବ୍ୟବସ୍ଥା ତଦାରଖ କରିଥିଲେ। ଏହାସହିତ ଧାନ କିଣାବିକାରେ ଚାଷୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲାପାଳ ଗୋୟଲ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲାପାଳ ମଣ୍ଡି ପରିଦର୍ଶନରେ ଆସିଥିବା ଜାଣି ଅଞ୍ଚଳର ଚାଷୀ ପ୍ରତିନିଧିମାନେ ମଣ୍ଡିକୁ ଯାଇ ଜିଲାପାଳଙ୍କୁ ଭେଟିଥିଲେ। କଲାପାଣି ମଣ୍ଡିରେ ଚାଷୀନେତା ସୁରେଶ ନେକାଣ୍ଟି, ଏକାଦଶିଆ ସାହୁଙ୍କ ନେତୃତ୍ୱରେ ଚାଷୀ ପ୍ରତିନିଧିମାନେ ଜିଲାପାଳଙ୍କୁ ଭେଟିଥିଲେ। ଧାନ ଅମଳ ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ମିଳିଥିବା ଟୋକନରେ ଧାନ ବିକ୍ରି ଦିବସ ବିଳମ୍ବ ରହିଛି। ଏଭଳିସ୍ଥଳେ ଚାଷୀଙ୍କ ଧାନକୁ ଅନ୍ୟବର୍ଷ ଭଳି ଏଥର ମଧ୍ୟ ମଣ୍ଡିର ଗୋଦାମ ଗୃହରେ ସୁରକ୍ଷିତ ରଖିବା ପାଇଁ ସେମାନେ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ଟୋକନରେ ନିର୍ଦ୍ଧାରିତ ଦିବସ ଅନୁଯାୟୀ ମଣ୍ଡିରେ ଧାନ ଏଣ୍ଟ୍ରି ହେବ ବୋଲି ଜିଲାପାଳ ଗୋୟଲ କହିଥିଲେ। ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଣ୍ଡି ଭିତରକୁ ଯଦି ସେମାନଙ୍କ ଧାନ ନେବାକୁ ଅନୁମତି ଦିଆ ନ ଯାଏ, ସେମାନେ ରାଜରାସ୍ତା ଉପରେ ଧାନ ଗଦାକରିବେ ବୋଲି ଚାଷୀନେତା ସୁରେଶ ନେକାଣ୍ଟି ଚେତାବନୀ ଦେଇଛନ୍ତି।

The post ଆଜିଠୁ ବରଗଡ଼ରେ ଧାନକିଣା appeared first on Dharitri Odia News.