ଆଜିଠୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ
ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଆଣ୍ଡ୍ ଇନୋଭେଶନ୍ ଫେଲୋଶିପ୍ ପ୍ରୋଗ୍ରାମ୍ ଅଧୀନରେ ଗୁରୁବାରଠାରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ ଆରମ୍ଭ ହେବ। ପିଏଚ୍ଡି ଆଶାୟୀମାନେ ସାମ୍ସ ମାଧ୍ୟମରେ ଆବେଦନ କରିପାରିବେ। ଜୁନ୍ ୨୪ ଆବେଦନର ଶେଷ ତାରିଖ ରହିଛି। ଆବେଦନରେ କୌଣସି ପରିବର୍ତ୍ତନ କିମ୍ବା ତ୍ରୁଟି ଥିଲେ ଆବେଦନକାରୀ ୨୫ ତାରିଖରେ ସଂଶୋଧନ କରିପାରିବେ। ତେବେ ଏହିଦିନ ନୂଆ ଆବେଦନ କରିହେବ ନାହିଁ। ଜୁଲାଇ ୩ରେ ଓକାକ୍ ପକ୍ଷରୁ ଆବେଦନକାରୀଙ୍କ ତଥ୍ୟ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା […] The post ଆଜିଠୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ appeared first on Dharitri Odia News.
ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଆଣ୍ଡ୍ ଇନୋଭେଶନ୍ ଫେଲୋଶିପ୍ ପ୍ରୋଗ୍ରାମ୍ ଅଧୀନରେ ଗୁରୁବାରଠାରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ ଆରମ୍ଭ ହେବ। ପିଏଚ୍ଡି ଆଶାୟୀମାନେ ସାମ୍ସ ମାଧ୍ୟମରେ ଆବେଦନ କରିପାରିବେ। ଜୁନ୍ ୨୪ ଆବେଦନର ଶେଷ ତାରିଖ ରହିଛି। ଆବେଦନରେ କୌଣସି ପରିବର୍ତ୍ତନ କିମ୍ବା ତ୍ରୁଟି ଥିଲେ ଆବେଦନକାରୀ ୨୫ ତାରିଖରେ ସଂଶୋଧନ କରିପାରିବେ। ତେବେ ଏହିଦିନ ନୂଆ ଆବେଦନ କରିହେବ ନାହିଁ। ଜୁଲାଇ ୩ରେ ଓକାକ୍ ପକ୍ଷରୁ ଆବେଦନକାରୀଙ୍କ ତଥ୍ୟ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍ଏଚ୍ଇସି)ରେ ଦାଖଲ କରାଯିବ। ପରବର୍ତ୍ତୀ ସମୟରେ ଓଏସ୍ଏଚ୍ଇସି ପକ୍ଷରୁ ଆବେଦନକାରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଯାଞ୍ଚ କରାଯିବ। ସୂଚନା ଥାଉକି, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ୧୫ଟି ବିଶ୍ୱବିଦ୍ୟାଳୟରେ ଗବେଷଣା ପାଇଁ ଛାତ୍ରୀଛାତ୍ର ସୁଯୋଗ ପାଇବେ।
The post ଆଜିଠୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ appeared first on Dharitri Odia News.