ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ଡ୍ରାଇଭର ସଂଘ ସହ ବୈଠକ କରିବେ ସରକାର

ଭୁବନେଶ୍ୱର,୮।୭: ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ମଙ୍ଗଳବାର ୬ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଡ୍ରାଇଭର ସଂଘ ସହ ସରକାର ବୈଠକ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା ମଙ୍ଗଳବାର ସୂଚନା ଦେଇଛନ୍ତି। ଆଲୋଚନା ମାଧ୍ୟମରେ ଦାବି ସମାଧାନ ପାଇଁ ଏହି ବୈଠକ ବସିବ। ଡ୍ରାଇଭର ସଂଘର ଦାବି ଯଥାର୍ଥ। ଆଲୋଚନା ମାଧ୍ୟମରେ ସମସ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। […] The post ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ଡ୍ରାଇଭର ସଂଘ ସହ ବୈଠକ କରିବେ ସରକାର appeared first on Dharitri Odia News.

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ଡ୍ରାଇଭର ସଂଘ ସହ ବୈଠକ କରିବେ ସରକାର

ଭୁବନେଶ୍ୱର,୮।୭: ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ମଙ୍ଗଳବାର ୬ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଡ୍ରାଇଭର ସଂଘ ସହ ସରକାର ବୈଠକ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା ମଙ୍ଗଳବାର ସୂଚନା ଦେଇଛନ୍ତି। ଆଲୋଚନା ମାଧ୍ୟମରେ ଦାବି ସମାଧାନ ପାଇଁ ଏହି ବୈଠକ ବସିବ। ଡ୍ରାଇଭର ସଂଘର ଦାବି ଯଥାର୍ଥ। ଆଲୋଚନା ମାଧ୍ୟମରେ ସମସ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ଓ୍ବାର୍କର୍ସ ଓ୍ବେଲ୍ଫେୟାର ବୋର୍ଡରେ ସାମିଲ କରିବାକୁ ମଞ୍ଚ ଦାବି କରିଛି। ଏଥିସହ ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ିଗୁଡ଼ିକ ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ପାର୍କିଂ ସହ ବିଶ୍ରାମାଗାର ଏବଂ ଶୌଚାଳୟ ବ୍ୟବସ୍ଥା, ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନା ଗୁଡ଼ିକରେ ୭୦% ରାଜ୍ୟ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯିବା ଏବଂ ସେପ୍ଟେମ୍ବର ୧କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରିବା ଦାବି ରହିଛି।

The post ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ଡ୍ରାଇଭର ସଂଘ ସହ ବୈଠକ କରିବେ ସରକାର appeared first on Dharitri Odia News.