ଆଜିଠୁ ଲକ୍ଷ୍ୟପତି ଦିଦିଙ୍କୁ ମିଳିବ ଟ୍ରେନିଂ

ଭୁବନେଶ୍ୱର,୧୧।୩ ଆଜିଠୁ ସମସ୍ତ ଜିଲାରେ ଲକ୍ଷପତି ଦିଦି’ କର୍ମଶାଳା ଆରମ୍ଭ ହୋଇଛି । ଏହି କର୍ମଶାଳାରେ ସମ୍ଭାବ୍ୟ ଲକ୍ଷପତି ଦିଦି’ଙ୍କୁ ପ୍ରଶିକ୍ଷଣ ଦିଆଯିବ। ଲକ୍ଷପତି ଦିଦି’ଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି ପାଇଁ ମିଳିବ ପ୍ରଶିକ୍ଷଣ ଓଡ଼ିଶା ଜୀବିକା ମିଶନରେ କାର୍ଯ୍ୟକାରୀ ହେଉଛି ଯୋଜନା କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା  ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।  ଏହି କର୍ମଶାଳାରେ ପ୍ରତ୍ୟେକ  ଜିଲାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌, ସମ୍ଭାବ୍ୟ ଲକ୍ଷ୍ୟପତି […] The post ଆଜିଠୁ ଲକ୍ଷ୍ୟପତି ଦିଦିଙ୍କୁ ମିଳିବ ଟ୍ରେନିଂ appeared first on Dharitri Odia News.

ଆଜିଠୁ ଲକ୍ଷ୍ୟପତି ଦିଦିଙ୍କୁ ମିଳିବ ଟ୍ରେନିଂ

ଭୁବନେଶ୍ୱର,୧୧।୩ ଆଜିଠୁ ସମସ୍ତ ଜିଲାରେ ଲକ୍ଷପତି ଦିଦି’ କର୍ମଶାଳା ଆରମ୍ଭ ହୋଇଛି । ଏହି କର୍ମଶାଳାରେ ସମ୍ଭାବ୍ୟ ଲକ୍ଷପତି ଦିଦି’ଙ୍କୁ ପ୍ରଶିକ୍ଷଣ ଦିଆଯିବ। ଲକ୍ଷପତି ଦିଦି’ଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି ପାଇଁ ମିଳିବ ପ୍ରଶିକ୍ଷଣ ଓଡ଼ିଶା ଜୀବିକା ମିଶନରେ କାର୍ଯ୍ୟକାରୀ ହେଉଛି ଯୋଜନା

କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା  ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।  ଏହି କର୍ମଶାଳାରେ ପ୍ରତ୍ୟେକ  ଜିଲାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌, ସମ୍ଭାବ୍ୟ ଲକ୍ଷ୍ୟପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ ।  କମ୍ୟୁନିଟି ସପୋର୍ଟ ମାନେ ତୃଣମୂଳ ସ୍ତରରେ କେଉଁଭଳି ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦେବେ ସେ ନେଇ କର୍ମଶାଳାରେ ଆଲୋଚନା କରାଯିବ

ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ସେମାନେ ଏହି କର୍ମଶାଳରେ ପ୍ରେରଣାଦାୟୀ ଆଲୋଚନାରେ ଭାଗ ନେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବେ ।  ମହିଳାଙ୍କୁ ସଶକ୍ତ କରିବାକୁ ଏଭଳି ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଯୋଜନାରେ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ ହେଉଛି ।   ସ୍କିଲ ଡେଭଲପମେଣ୍ଟ ଯୋଜନା ମାଧ୍ୟମରେ ଟ୍ରେନିଂ ଦିଆଯାଉଛି ।  ବ୍ୟବସାୟ ବଢ଼ାଇବା ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମଧ୍ୟ ଦିଆଯାଉଛି । ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର  ।

 

The post ଆଜିଠୁ ଲକ୍ଷ୍ୟପତି ଦିଦିଙ୍କୁ ମିଳିବ ଟ୍ରେନିଂ appeared first on Dharitri Odia News.