ଆଜିଠୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ

ଭବାନୀପାଟଣା,୨୮।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ କିଛି ଦିନର ନିରବତା ପରେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି ସିପିଆଇ (ମାଓବାଦୀ)। ରବିବାରଠାରୁ ଅଗଷ୍ଟ ୩ ଯାଏ ଶହୀଦ ସପ୍ତାହ ପାଳନ ପାଇଁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ଭବାନୀପାଟଣା ବ୍ଲକର ଦୁର୍ଗମ ସିକେରଗୁଡା ନିକଟ ରାସ୍ତା ପାର୍ଶ୍ୱରେ ମାଓବାଦୀମାନେ ବ୍ୟାନର ଲଗାଇବା ସହ ଶହୀଦ ସ୍ତମ୍ବ ତିଆରି କରିଛନ୍ତି। ସକାଳେ ଲୋକେ ଏହା ଦେଖିବାକୁ ପାଇଥିଲେ। ଶହୀଦ ସପ୍ତାହ ସମୟରେ ବହୁସଂଖ୍ୟାରେ ଏକଜୁଟ ହୋଇ ବୀର […] The post ଆଜିଠୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ appeared first on Dharitri Odia News.

ଆଜିଠୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ

ଭବାନୀପାଟଣା,୨୮।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ କିଛି ଦିନର ନିରବତା ପରେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି ସିପିଆଇ (ମାଓବାଦୀ)। ରବିବାରଠାରୁ ଅଗଷ୍ଟ ୩ ଯାଏ ଶହୀଦ ସପ୍ତାହ ପାଳନ ପାଇଁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି।

ଭବାନୀପାଟଣା ବ୍ଲକର ଦୁର୍ଗମ ସିକେରଗୁଡା ନିକଟ ରାସ୍ତା ପାର୍ଶ୍ୱରେ ମାଓବାଦୀମାନେ ବ୍ୟାନର ଲଗାଇବା ସହ ଶହୀଦ ସ୍ତମ୍ବ ତିଆରି କରିଛନ୍ତି। ସକାଳେ ଲୋକେ ଏହା ଦେଖିବାକୁ ପାଇଥିଲେ। ଶହୀଦ ସପ୍ତାହ ସମୟରେ ବହୁସଂଖ୍ୟାରେ ଏକଜୁଟ ହୋଇ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ବ୍ୟାନରରେ ଉଲ୍ଲେଖ କରିଛନ୍ତି। ଶହୀଦ ସ୍ତମ୍ଭ ଭିତରେ ଏକ ବଲ ଜଳୁଥିବା ଓ ଉପରେ ତାର ଦିଶୁଥିବାରୁ ସେଠାରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ଲାଗି ଥାଇପାରେ ବୋଲି ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଥିଲା। ପୋଲିସ ଓ ବମ୍‌ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ବ୍ୟାନର ଓ ସ୍ତମ୍ଭକୁ ଜବତ କରିଥିଲେ। ସେଠାରେ କୌଣସି ବିସ୍ଫୋରକ ସାମଗ୍ରୀ ନ ଥିଲା ବୋଲି କଳାହାଣ୍ଡି ଏସ୍‌ପି ଅଭିଳାସ ଜି କହିଛନ୍ତି।

The post ଆଜିଠୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ appeared first on Dharitri Odia News.