ମ୍ୟାଚ୍ ସମୟରେ ଅମ୍ପାୟାରଙ୍କ ସହ ଅଶ୍ୱିନଙ୍କ କଥା କଟାକଟି
ବିଶାଖାପାଟଣା,୩।୨: ଭାରତର ଅନୁଭବୀ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଅମ୍ପାୟାରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ମ୍ୟାଚ୍ର ପ୍ରଥମ ଦିନ ଶେଷ ଓଭର ମଧ୍ୟରେ ଅଶ୍ୱିନ ଶତକ ମାରିଥିବା ଜଶସ୍ବୀ ଜୟସ୍ବାଲଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏହାକୁ ନେଇ ଜିମ୍ବାଓ୍ବେର ଅମ୍ପାୟାର ମରାଇସ ଇରାସ୍ମସ୍ ତାଙ୍କୁ ରୋକିଥିଲେ। ଏବେ ଅଶ୍ୱିନଙ୍କ ଯୁକ୍ତିତର୍କ ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅଶ୍ୱିନ ସର୍ବଦା ନିଜର ଭିନ୍ନ ସ୍ବଭାବକୁ ନେଇ ପରିଚିତ। […] The post ମ୍ୟାଚ୍ ସମୟରେ ଅମ୍ପାୟାରଙ୍କ ସହ ଅଶ୍ୱିନଙ୍କ କଥା କଟାକଟି appeared first on Dharitri Odia News.
ବିଶାଖାପାଟଣା,୩।୨: ଭାରତର ଅନୁଭବୀ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଅମ୍ପାୟାରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ମ୍ୟାଚ୍ର ପ୍ରଥମ ଦିନ ଶେଷ ଓଭର ମଧ୍ୟରେ ଅଶ୍ୱିନ ଶତକ ମାରିଥିବା ଜଶସ୍ବୀ ଜୟସ୍ବାଲଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏହାକୁ ନେଇ ଜିମ୍ବାଓ୍ବେର ଅମ୍ପାୟାର ମରାଇସ ଇରାସ୍ମସ୍ ତାଙ୍କୁ ରୋକିଥିଲେ। ଏବେ ଅଶ୍ୱିନଙ୍କ ଯୁକ୍ତିତର୍କ ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଅଶ୍ୱିନ ସର୍ବଦା ନିଜର ଭିନ୍ନ ସ୍ବଭାବକୁ ନେଇ ପରିଚିତ। ଏହି କାରଣରୁ କୋଚ୍ ରାହୁଲ ଦ୍ରାବିଡଙ୍କଠାରୁ ଆରମ୍ଭ କରି ସାଥୀ କ୍ରିକେଟର ତାଙ୍କ ମଜା ଉଡାଇଥାନ୍ତି। ହେଲେ ଏବେ ବିଶାଖାପାଟଣା ଟେଷ୍ଟରେ ଅଶ୍ୱିନଙ୍କ ଅମ୍ପାୟାରଙ୍କ ସହ ଦୀର୍ଘ ସମୟ ବାର୍ତ୍ତାଳାପ ଚର୍ଚ୍ଚାରେ ରହିଛି। ଏନେଇ ପଚରାଯିବାରେ ରଜତ ପାଟିଦାର କିଛି ଜାଣି ନ ଥିବା କହିଛନ୍ତି।
ravichandran ashwin fight with umpire #INDvsENGTest #INDvsENG #2ndTest @ashwinravi99 pic.twitter.com/tZBEsBNlni
— Sayyad Nag Pasha (@nag_pasha) February 2, 2024
The post ମ୍ୟାଚ୍ ସମୟରେ ଅମ୍ପାୟାରଙ୍କ ସହ ଅଶ୍ୱିନଙ୍କ କଥା କଟାକଟି appeared first on Dharitri Odia News.