ଆଜିଠୁ ୧୬ ତାରିଖ ଯାଏଁ ପୁଣି ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ପୁଣି ଭିଜିବ ଓଡ଼ିଶା। ବର୍ତ୍ତମାନ ରାଜ୍ୟରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ବାୟୁମଣ୍ଡଳର ଉପରି ଭାଗରେ ଏକ... The post ଆଜିଠୁ ୧୬ ତାରିଖ ଯାଏଁ ପୁଣି ଭିଜିବ ସାରା ଓଡ଼ିଶା appeared first on .

ଆଜିଠୁ ୧୬ ତାରିଖ ଯାଏଁ ପୁଣି ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ପୁଣି ଭିଜିବ ଓଡ଼ିଶା। ବର୍ତ୍ତମାନ ରାଜ୍ୟରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜିଠୁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। କାଲି ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି। କାଲି ୨୫ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ ୫ଟି ଜିଲ୍ଲାରେ ହାଲୁକା ବର୍ଷା ହେବ।

ସେହିଭଳି ୧୬ ତାରିଖରେ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ଷା ସହ ଘନ କୁହୁଡି କରିବ କଲବଲ। ଆଜି ଘନ କୁହୁଡି ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ କାଲି ୧୦ଟି ଜିଲ୍ଲାକୁ ସତର୍କ କରାଯାଇଛି। ମଧ୍ୟରାତ୍ରିରୁ ସକାଳ ପର୍ଯ୍ୟନ୍ତ ରହିବ ଘନ କୁହୁଡି।

ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଏବଂ ନୟାଗଡରେ ଭିଜିବିଲିଟି ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ। ତେଣୁ ସତର୍କାତାର ସହ ଗାଡି ଚାଳନା କରିବା ପାଇଁ ପରାମର୍ଶ ଦିଆଯାଇଛି।

The post ଆଜିଠୁ ୧୬ ତାରିଖ ଯାଏଁ ପୁଣି ଭିଜିବ ସାରା ଓଡ଼ିଶା appeared first on .