ଆଜିଠୁ ୨ ମାସ ପାଇଁ ପୃଥିବୀକୁ ମିଳିବ ‘ମିନି ମୁନ୍‌’

ଓ୍ବାଶିଂଟନ, ୨୯।୯: ରବିବାରଠାରୁ ପୃଥିବୀକୁ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ବା ମିିନି ମୁନ୍‌ ମିଳିବାକୁ ଯାଉଛି। ‘୨୦୨୪ ପିଟି ୫’ ନାମକ ଏକ ଛୋଟ ଆଷ୍ଟେରଏଡ୍‌ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇଛି। ଯାହାଫଳରେ ଏହା ଏକ ଅସ୍ଥାୟୀ ଚନ୍ଦ୍ର ବା ମିନି ମୁନ୍‌ ଆକାରରେ ରବିବାରଠାରୁ ପୃଥିବୀ ଚାରିପଟେ ଘୂର୍ଣ୍ଣନ କରିବ। ନଭେମ୍ବର ୨୫ ପର୍ଯ୍ୟନ୍ତ ‘୨୦୨୪ ପିଟି ୫’ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଆସିବ, ଯାହାଫଳରେ ୨ ମାସ ପର୍ଯ୍ୟନ୍ତ […] The post ଆଜିଠୁ ୨ ମାସ ପାଇଁ ପୃଥିବୀକୁ ମିଳିବ ‘ମିନି ମୁନ୍‌’ appeared first on Dharitri Odia News.

ଆଜିଠୁ ୨ ମାସ ପାଇଁ ପୃଥିବୀକୁ ମିଳିବ ‘ମିନି ମୁନ୍‌’

ଓ୍ବାଶିଂଟନ, ୨୯।୯: ରବିବାରଠାରୁ ପୃଥିବୀକୁ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ବା ମିିନି ମୁନ୍‌ ମିଳିବାକୁ ଯାଉଛି। ‘୨୦୨୪ ପିଟି ୫’ ନାମକ ଏକ ଛୋଟ ଆଷ୍ଟେରଏଡ୍‌ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇଛି। ଯାହାଫଳରେ ଏହା ଏକ ଅସ୍ଥାୟୀ ଚନ୍ଦ୍ର ବା ମିନି ମୁନ୍‌ ଆକାରରେ ରବିବାରଠାରୁ ପୃଥିବୀ ଚାରିପଟେ ଘୂର୍ଣ୍ଣନ କରିବ। ନଭେମ୍ବର ୨୫ ପର୍ଯ୍ୟନ୍ତ ‘୨୦୨୪ ପିଟି ୫’ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଆସିବ, ଯାହାଫଳରେ ୨ ମାସ ପର୍ଯ୍ୟନ୍ତ ଏହି ବିରଳ ମିନି ମୁନ୍‌କୁ ପ୍ରଫେସନାଲ ଟେଲିସ୍କୋପ୍‌ ମାଧ୍ୟମରେ ଦେଖିହେବ ବୋଲି ଜ୍ୟୋତିର୍ବିଜ୍ଞାନୀ ଡ. ଜେନିଫର ମିଲାର୍ଡ କହିଛନ୍ତି।
ଆକାଶରେ ଦେଖାଯାଉଥିବା ଚନ୍ଦ୍ର ପରି ଏହି ମିିନି ମୁନ୍‌ ହେବ ନାହିଁ। ଆଷ୍ଟେରଏଡ ଆକାର ବିଶିଷ୍ଟ ଏହି ଦୁର୍ଲଭ ‘୨୦୨୪ ପିଟି ୫’ ମିନି ମୁନ୍‌ ଗତ ଅଗଷ୍ଟ ୭ରେ ଆବିଷ୍କୃତ ହୋଇଛି। ୧୦ ମିଟର(୩୩ ଫୁଟ୍‌) ବ୍ୟାସ ବିଶିଷ୍ଟ ଏହି ମିନି ମୁନ୍‌ ଆସନ୍ତା ନଭେମ୍ବର ୨୫ ପର୍ଯ୍ୟନ୍ତ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଆସିବ। ଉକ୍ତ ୨ ମାସର ଅବଧି ମଧ୍ୟରେ ଏହି ମିନି ମୁନ୍‌ ପୃଥିବୀ ଚାରିପଟେ ଘୂରି ବୁଲିବ। ତେବେ ଏହା ପୃଥିବୀର ସମ୍ପୂର୍ଣ୍ଣ ଅଂଶ ପରିକ୍ରମା କରିପାରିବ ନାହିଁ। ଆସନ୍ତା ନଭେମ୍ବର ୨୫ ପରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ ‘୨୦୨୪ ପିଟି ୫’ ମୁକ୍ତ ହେବ ଏବଂ ଏହା ସୂର୍ଯ୍ୟ ଚାରିପଟେ ଘୂରିବା ଆରମ୍ଭ କରିବ। ବୈଜ୍ଞାନିକଙ୍କ ଅନୁଯାୟୀ, ‘୨୦୨୪ ପିଟି ୫’ ନାମକ ଆଷ୍ଟେରଏଡ୍‌ ଅପେକ୍ଷାକୃତ କମ୍‌ ବେଗରେ ଗତି କରୁଥିବା ସହ ପୃଥିବୀର ନିକଟତର ହୋଇଛି। ତେଣୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସାମୟିକ ଭାବେ ଏହାର ପଥ ପରିବର୍ତ୍ତନ କରିବାକୁ ଅନୁମତି ଦେଇଛି। ଯାହାଫଳରେ ଏହା ରବିବାରଠାରୁ କ୍ଷୁଦ୍ର ଚନ୍ଦ୍ରରେ ପରିଣତ ହେବ। ତେବେ ଉକ୍ତ ମିନି ମୁନ୍‌ ଖାଲି ଆଖିରେ କିମ୍ବା ଛୋଟ ଦୂରବୀକ୍ଷଣ ଯନ୍ତ୍ରରେ ଦୃଶ୍ୟମାନ ହେବନାହିଁ। ପ୍ରଫେସନାଲ ଟେଲିସ୍କୋପ୍‌ରେ ଏହା ଦୃଶ୍ୟମାନ ହୋଇପାରିବ। ଅନ୍ୟପକ୍ଷରେ, ୨୦୫୫ରେ ପୁଣିଥରେ ‘୨୦୨୪ ପିଟି ୫’ ପୃଥିବୀର କକ୍ଷପଥକୁ ଫେରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ଏହି ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ପ୍ରଦର୍ଶିତ କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

The post ଆଜିଠୁ ୨ ମାସ ପାଇଁ ପୃଥିବୀକୁ ମିଳିବ ‘ମିନି ମୁନ୍‌’ appeared first on Dharitri Odia News.