ଆଜିଠୁ ୨ମାସ ଯାଏ ସମୁଦ୍ରରେ ମାଛ ଧରା ବନ୍ଦ

ପାରାଦୀପ: ଆଜିଠୁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା। ମାଛ ବଂଶ ବୃଦ୍ଧି ପାଇଁ ସମୁଦ୍ରରେ ମାଛଧରା ଉପରେ ରାଜ୍ୟ ସରକାର ରୋକ୍‌‌ ଲଗାଇଛନ୍ତି। ଏପ୍ରିଲ ୧୫ରୁ ଜୁନ୍‌‌ ୧୪ ପର୍ଯ୍ୟନ୍ତ ମାଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ମାଛ ସଂରକ୍ଷଣ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ମାଛ ଧରିବାକୁ ବାରଣ କରାଯାଇଛି। ପାରାଦୀପରେ ୨୫୪୩ରୁ ଅଧିକ ଯନ୍ତ୍ର ଚାଳିତ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଛି। ଏହାସହିତ ୬୬୧ଟି ସୋନା […]

ଆଜିଠୁ ୨ମାସ ଯାଏ ସମୁଦ୍ରରେ ମାଛ ଧରା ବନ୍ଦ

ପାରାଦୀପ: ଆଜିଠୁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା। ମାଛ ବଂଶ ବୃଦ୍ଧି ପାଇଁ ସମୁଦ୍ରରେ ମାଛଧରା ଉପରେ ରାଜ୍ୟ ସରକାର ରୋକ୍‌‌ ଲଗାଇଛନ୍ତି। ଏପ୍ରିଲ ୧୫ରୁ ଜୁନ୍‌‌ ୧୪ ପର୍ଯ୍ୟନ୍ତ ମାଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ମାଛ ସଂରକ୍ଷଣ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ମାଛ ଧରିବାକୁ ବାରଣ କରାଯାଇଛି। ପାରାଦୀପରେ ୨୫୪୩ରୁ ଅଧିକ ଯନ୍ତ୍ର ଚାଳିତ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଛି। ଏହାସହିତ ୬୬୧ଟି ସୋନା ବୋଟ ଚଳାଚଳ ବନ୍ଦ ହୋଇଛି।