ଆଜିଠୁ ୫ ଦିନିଆ ରିମାଣ୍ଡରେ ଆତଙ୍କୀ ଇଶାନ ବୁଖାରୀ

ଭୁବନେଶ୍ୱର : କାଶ୍ମିରୀ ଆତଙ୍କୀ ସୟଦ ଇଶାନ ବୁଖାରୀକୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଈଶାନକୁ ମଙ୍ଗଳବାରଠାରୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ I ଆତଙ୍କୀ ଲିଙ୍କ୍ ଏବଂ ଓଡ଼ିଶାରେ ଅପରାଧ ସାମ୍ରାଜ୍ୟର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ଏସଟିଏଫ କାର୍ଯ୍ୟାଳୟକୁ ଅଧିକାରୀମାନେ ଆସି କାଗଜପତ୍ରର ତନ୍ନ ତନ୍ନ ଯାଞ୍ଚ କରିଛନ୍ତି I ମଙ୍ଗଳବାର ଠାରୁ ୩ଟି ଟିମ୍ ବୁଖାରୀକୁ ମାରାଥନ ଜେରା କରିବେ । କେମିତି […]

ଆଜିଠୁ ୫ ଦିନିଆ ରିମାଣ୍ଡରେ ଆତଙ୍କୀ ଇଶାନ ବୁଖାରୀ
ଆଜିଠୁ ୫ ଦିନିଆ ରିମାଣ୍ଡରେ ଆତଙ୍କୀ ଇଶାନ ବୁଖାରୀ

ଭୁବନେଶ୍ୱର : କାଶ୍ମିରୀ ଆତଙ୍କୀ ସୟଦ ଇଶାନ ବୁଖାରୀକୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଈଶାନକୁ ମଙ୍ଗଳବାରଠାରୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ I ଆତଙ୍କୀ ଲିଙ୍କ୍ ଏବଂ ଓଡ଼ିଶାରେ ଅପରାଧ ସାମ୍ରାଜ୍ୟର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ଏସଟିଏଫ କାର୍ଯ୍ୟାଳୟକୁ ଅଧିକାରୀମାନେ ଆସି କାଗଜପତ୍ରର ତନ୍ନ ତନ୍ନ ଯାଞ୍ଚ କରିଛନ୍ତି I

ମଙ୍ଗଳବାର ଠାରୁ ୩ଟି ଟିମ୍ ବୁଖାରୀକୁ ମାରାଥନ ଜେରା କରିବେ । କେମିତି ଓ କେବେଠୁ ଆତଙ୍କୀ ଲିଙ୍କରେ ଆସିଥିଲା ଏବଂ ଆଇଏସଆଇ ଏଜେଣ୍ଟଙ୍କ ସହ ସଂପର୍କ ଥିଲା କି ନାହିଁ ସେ ନେଇ ହେବ ଛାନଭିନ୍ କରାଯିବ ।

ଈଶାନକୁ ଗିରଫ କରିବାପରେ ଏସଟିଏଫ ତା’ର ସୋସିଆଲ ମିଡ଼ିଆ ଆକାଉଣ୍ଟ ଗୁଡିକୁ ଯାଞ୍ଚ କରିଥିଲା I ସେଥିରୁ ଜଣାପଡିଥିଲା ତା’ର କାଶ୍ମୀରରୁ କେରଳ,ମହାରାଷ୍ଟ୍ର ଓଡ଼ିଶାରେ ବିଭିନ୍ନ ଧର୍ମର ସମୁଦାୟ ୭ଟି ପତ୍ନୀ ଅଛନ୍ତି I ତେବେ ଉତ୍ତରପ୍ରଦେଶରେ ଥିବା ପତ୍ନୀ ସୋନିଆ ସିଂହକୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲା ଈଶାନ I ଯାହାର ସୋସିଆଲ ମିଡ଼ିଆ ଚାଟିଂ ଏବେ ଏସଟିଏଫ ହାତରେ ଲାଗିଛି I

ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ ଆବେଦନ କରିଥିଲା । ହେଲେ ୫ ଦିନିଆ ରିମାଣ୍ଡରେ ନେବାକେଉ ଅନୁମତି ମିଳିଛି । ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି । ପାକିସ୍ତାନ ISI ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି । ପୂର୍ବରୁ ଦରକାର ପଡ଼ିଲେ ତଦନ୍ତ ଲାଗି NIA ଆସିପାରେ ବୋଲି ଏସଟିଏଫ ଏସ୍.ପି କହିସାରିଛନ୍ତି । ଏଥିସହିତ ଆହୁରି ଆଶଙ୍କା କରାଯାଉଛି,ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇଛି ଦେଶର ସମ୍ବେଦନଶୀଳ ତଥ୍ୟ । ତା’ମଧ୍ୟରୁ କିଛି ଡିଲିଟ୍ ହୋଇଛି ତ ଆଉ କିଛି ଲାଗିଛି କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ।