ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ଚ୍ଯାନେଲରେ ବଢୁଛି AIର ପ୍ରଭାବ
ଭୁବନେଶ୍ୱର : କେବଳ ଆଞ୍ଚଳିକ ଚାନେଲ ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ଚ୍ଯାନେଲରେ ବଢୁଛି ଆର୍ଟିଫିସିଆଲ ଇଣ୍ଟେଲିଜନେସର ପ୍ରଭାବ। ଯଦିଓ... The post ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ଚ୍ଯାନେଲରେ ବଢୁଛି AIର ପ୍ରଭାବ appeared first on .
ଭୁବନେଶ୍ୱର : କେବଳ ଆଞ୍ଚଳିକ ଚାନେଲ ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ଚ୍ଯାନେଲରେ ବଢୁଛି ଆର୍ଟିଫିସିଆଲ ଇଣ୍ଟେଲିଜନେସର ପ୍ରଭାବ। ଯଦିଓ ସୃଜନଶୀଳତା କ୍ଷେତ୍ରରେ ଏଆଇ ମୁକାବିଲା କରିପାରିବନି ତଥାପି ଏହାର ଗୁରୁତ୍ବ ବଢିଛି। ତେବେ ଆଗକୁ ଏଆଇ ପ୍ରାୟ ୫୦ ଭାଗ ଚାକିରି ନେବ ବୋଲି କହିଛନ୍ତି ବିଶିଷ୍ଟ ଗଣମାଧ୍ଯମ ବ୍ଯକ୍ତିତ୍ବ ଶିରୀନ ସେଠୀ। ଜାତି ନନ୍ଦିଘୋଷ କନକ୍ଲେଭ ଅବସରରେ ଟେଲିଭିଜନ ନ୍ଯୁଜରୁମ୍ ଉପରେ ଏଆଇ ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ଶିରୀନ କହିଛନ୍ତି- ମଣିଷ ପରି ଏଆଇର ସ୍ବର ନହେଲେ ବି ଏହା ଏକ ବିକଳ୍ପ ସାଜିଲାଣି। ବର୍ତ୍ତମାନ ଏଆଇ ସାରା ଇଣ୍ଟରଭ୍ଯୁକୁ ଟାଇମଲାଇନ ସହ ଟ୍ରାନ୍ସକ୍ରିପସନ କରି ଦେଇଦେଇପାରୁଛି। ଏଆଇ ଜରିଆରେ ଭଏସ କ୍ଲୋନିଂ ସମ୍ଭବ ହୋଇପାରୁଛି। ବର୍ତ୍ତମାନ ନ୍ୟୁଜରୁମରେ ଏଆଇର ବ୍ଯବହାର ଚାଲିଛି।
ଆଙ୍କରମାନେ ବାସ୍ତବ ଘଟଣାବଳୀକୁ ସୃଜନାତ୍ମକ ଢଙ୍ଗରେ ପ୍ରକାଶ କରିବା ଇମୋସନ ପ୍ରୟୋଗ କରିପାରିବେ ମାତ୍ର ଏଆଇ କ୍ଷେତ୍ରରେ ଏହା ସମ୍ଭବ ହେବନାହିଁ। ୨୦୨୪ ନିର୍ବାଚନରେ ବହୁ ଚାନେଲ ଏଆଇ ବ୍ଯବହାର କରିବେ। ମାତ୍ର ୩୦ ସେକେଣ୍ଡ ମଧ୍ୟରେ ନିର୍ବାଚନ ଫଳାଫଳ ସଂକ୍ରାନ୍ତ ସୂଚନା ମିଳିପାରିବ। ଏହା ଦ୍ବାରା ଜବ ଉପରେ ବ୍ଯାପକ ପ୍ରଭାବ ପକାଇବ। ପୂର୍ବେ ସର୍ଭର ବ୍ଯବହାର ହେଉଥିଲା। ବର୍ତ୍ତମାନ କ୍ଲାଉଡ କମ୍ପ୍ଯୁଟିଂ ଆସିଛି। ସାରା ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ପର୍କରେ ବିତର୍କ ହେବା ଜରୁରୀ ବୋଲି ସେ କହିଛନ୍ତି।
The post ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ଚ୍ଯାନେଲରେ ବଢୁଛି AIର ପ୍ରଭାବ appeared first on .