ଆଟଲିଙ୍କ ଫିଲ୍ମରେ ଧମାଲ କରିବେ ଦବଙ୍ଗ ଖାନ, ୨୦୨୫ରେ ହେବ ସୁଟିଂ
‘ଯୱାନ୍’ ଜରିଆରେ ବଲିଉଡ୍ରେ ଶାହରୁଖ୍ ଖାନ୍ଙ୍କ ସହ ମେଗା ବ୍ଲକ୍ବଷ୍ଟର ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ପରେ ଦବଙ୍ଗ ଖାନ୍ଙ୍କ ସହ ଯୋଡ଼ି ହୋଇଛନ୍ତି ନିର୍ଦ୍ଦେଶକ ଆଟଲି । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଲିଡ୍ ହିରୋ ଭାବେ ନଜର ଆସିବେ ସଲ୍ଲୁ । ତାଙ୍କ ସହ ସାଉଥ୍ର ଜଣେ ସୁପର୍ଷ୍ଟାର ହିରୋ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଦୁଇଜଣ ନାୟକଙ୍କୁ ନେଇ ଆଟଲିଙ୍କର ଏହି ପ୍ରେଜେକ୍ଟ ଦମ୍ଦାର ହେବ ବୋଲି ଦର୍ଶକ ଏବେଠୁ କଳ୍ପନା କଲେଣି। ଫିଲ୍ମ ପାଇଁ ସଲମାନ ଓ ଆଟଲିଙ୍କ ମଧ୍ୟରେ ଏବେ ଆଲୋଚନା ଚାଲିଛି । ସନ୍ ପିକ୍ଚର୍ସ ଫିଲ୍ମର ପ୍ରଯୋଜନା ଦାୟିତ୍ଵ ନିର୍ବାହ କରିବ । ଆଟଲି ଏବେ ଫିଲ୍ମର ପଟ୍ଟକଥା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଗୋଟିଏ ମାସ ମଧ୍ୟରେ ସେ ସଲ୍ଲୁଙ୍କୁ ପୂରା କାହାଣୀ ପ୍ରଦାନ କରିବେ । ଏହା ପରେ ଉଭୟ ଫିଲ୍ମର ସୁଟିଂ ଆରମ୍ଭ ଲାଗି ତାରିଖ ସ୍ଥିର କରିବେ । ୨୦୨୫ ମସିହା ପ୍ରାରମ୍ଭରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ସ୍ପଷ୍ଟ କରିଛି । ସଲମାନ ଓ ସାଉଥ୍ ସୁପରଷ୍ଟାର୍ଙ୍କ ସହିତ ମିଶି ଆଟଲି ପାନ୍-ଇଣ୍ଡିଆ ଫିଲ୍ମ ପ୍ରସ୍ତୁତିର ଯୋଜନା କରୁଛନ୍ତି । ତେବେ ସଲ୍ଲୁଙ୍କ ସହ ଫିଲ୍ମରେ ରଣବୀର ସିଂହଙ୍କୁ କାଷ୍ଟ୍ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କିଛି ଦିନ ତଳେ ଗୁଜବ ଉଠିଥିଲା, ଆଟଲି ନିଜର ଅପ୍କମିଙ୍ଗ ଫିଲ୍ମରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ କାଷ୍ଟ୍
‘ଯୱାନ୍’ ଜରିଆରେ ବଲିଉଡ୍ରେ ଶାହରୁଖ୍ ଖାନ୍ଙ୍କ ସହ ମେଗା ବ୍ଲକ୍ବଷ୍ଟର ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ପରେ ଦବଙ୍ଗ ଖାନ୍ଙ୍କ ସହ ଯୋଡ଼ି ହୋଇଛନ୍ତି ନିର୍ଦ୍ଦେଶକ ଆଟଲି । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଲିଡ୍ ହିରୋ ଭାବେ ନଜର ଆସିବେ ସଲ୍ଲୁ । ତାଙ୍କ ସହ ସାଉଥ୍ର ଜଣେ ସୁପର୍ଷ୍ଟାର ହିରୋ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଦୁଇଜଣ ନାୟକଙ୍କୁ ନେଇ ଆଟଲିଙ୍କର ଏହି ପ୍ରେଜେକ୍ଟ ଦମ୍ଦାର ହେବ ବୋଲି ଦର୍ଶକ ଏବେଠୁ କଳ୍ପନା କଲେଣି।
ଫିଲ୍ମ ପାଇଁ ସଲମାନ ଓ ଆଟଲିଙ୍କ ମଧ୍ୟରେ ଏବେ ଆଲୋଚନା ଚାଲିଛି । ସନ୍ ପିକ୍ଚର୍ସ ଫିଲ୍ମର ପ୍ରଯୋଜନା ଦାୟିତ୍ଵ ନିର୍ବାହ କରିବ । ଆଟଲି ଏବେ ଫିଲ୍ମର ପଟ୍ଟକଥା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଗୋଟିଏ ମାସ ମଧ୍ୟରେ ସେ ସଲ୍ଲୁଙ୍କୁ ପୂରା କାହାଣୀ ପ୍ରଦାନ କରିବେ । ଏହା ପରେ ଉଭୟ ଫିଲ୍ମର ସୁଟିଂ ଆରମ୍ଭ ଲାଗି ତାରିଖ ସ୍ଥିର କରିବେ । ୨୦୨୫ ମସିହା ପ୍ରାରମ୍ଭରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ସ୍ପଷ୍ଟ କରିଛି । ସଲମାନ ଓ ସାଉଥ୍ ସୁପରଷ୍ଟାର୍ଙ୍କ ସହିତ ମିଶି ଆଟଲି ପାନ୍-ଇଣ୍ଡିଆ ଫିଲ୍ମ ପ୍ରସ୍ତୁତିର ଯୋଜନା କରୁଛନ୍ତି ।
ତେବେ ସଲ୍ଲୁଙ୍କ ସହ ଫିଲ୍ମରେ ରଣବୀର ସିଂହଙ୍କୁ କାଷ୍ଟ୍ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କିଛି ଦିନ ତଳେ ଗୁଜବ ଉଠିଥିଲା, ଆଟଲି ନିଜର ଅପ୍କମିଙ୍ଗ ଫିଲ୍ମରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ କାଷ୍ଟ୍ କରିପାରନ୍ତି । ଖୁବ୍ଶୀଘ୍ର ଫିଲ୍ମକୁ ନେଇ ନୂଆ ଅପ୍ଡେଟ୍ ମିଳିବ ।