ଆଠଗଡ ସାହିତ୍ୟ ସମାଜର ନବବର୍ଷ କବିତା ଆସର

ଆଠଗଡ : ଆଠଗଡ ସାହିତ୍ୟ ସମାଜ ଆନୁକୂଲ୍ୟରେ ନବବର୍ଷ କବିତା ଆସର ରବିବାର ମହାବୀର ପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସମାଜର ସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସାହିତ୍ୟ ସମାଜର ପୂର୍ବତନ ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ଏବଂ ଜିମସାରର ଉପପ୍ରବନ୍ଧକ ଡ଼ଃ ନିତ୍ୟସୁନ୍ଦର ସିଅ ଯୋଗଦେଇ କହିଲେ ସାହିତ୍ୟ ବିନା ସମାଜ ଅସମ୍ଭବ ଏବଂ ସାହିତ୍ୟ ପ୍ରତି ଅନାଦର ବଢୁଛି, ଯାହା କି ସମାଜ […]

ଆଠଗଡ ସାହିତ୍ୟ ସମାଜର ନବବର୍ଷ କବିତା ଆସର
ଆଠଗଡ : ଆଠଗଡ ସାହିତ୍ୟ ସମାଜ ଆନୁକୂଲ୍ୟରେ ନବବର୍ଷ କବିତା ଆସର ରବିବାର ମହାବୀର ପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସମାଜର ସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସାହିତ୍ୟ ସମାଜର ପୂର୍ବତନ ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ଏବଂ ଜିମସାରର ଉପପ୍ରବନ୍ଧକ ଡ଼ଃ ନିତ୍ୟସୁନ୍ଦର ସିଅ ଯୋଗଦେଇ କହିଲେ ସାହିତ୍ୟ ବିନା ସମାଜ ଅସମ୍ଭବ ଏବଂ ସାହିତ୍ୟ ପ୍ରତି ଅନାଦର ବଢୁଛି, ଯାହା କି ସମାଜ ପାଇଁ ଶୁଭଙ୍କର ନୁହଁ ବୋଲି ମତବ୍ୟକ୍ତ କରିଥିଲେ ।
ନୂତନ ପିଢ଼ିର ଯୁବକ ଓ ଯୁବତୀମାନେ ଯଦି ସାହିତ୍ୟ ପ୍ରତି ରୁଚି ନରଖିବେ ତେବେ ସାହିତ୍ୟ ସାଧନା ହୋଇପାରିବ ନାହିଁ ଏବଂ ଧିରେ ଧିରେ ସାହିତ୍ୟ ବିଲୁପ୍ତ ହୋଇଯିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ସାହିତ୍ୟ ସମାଜର ଉପଦେଷ୍ଟା ଅଶୋକ କୁମାର ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲଲାଟେନ୍ଦୁ ସେନାପତି ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଠଗଡ ତତା ବାଙ୍କୀ ଅଞ୍ଚଳରୁ ଆସିଥିବା କବି ଓ କବୟିତ୍ରୀମାନେ ଏଥିରେ ଯୋଗଦେଇ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।
କବି ସରୋଜ ମହାନ୍ତି, ତ୍ରିଲୋଚନ ଦାଶ, କଳ୍ପଳତା ଦାଶ, ପ୍ରଶାନ୍ତ ପୁହାଣ, ରମଣୀ ରଞ୍ଜନ ମହାନ୍ତି, ସୁବାସ ଚନ୍ଦ୍ର ନାୟକ, ସାରଙ୍ଗଧର ଜେନା, ଗଣେଶ ପ୍ରସାଦ ରାଉତ, ବିଷ୍ଣୁ ପ୍ରସାଦ ସାହୁ, ଯଦୁମଣି ପଟ୍ଟନାୟକ, ଅଶୋକ ଦାଶ, ଡ଼ାକ୍ତର ଭୁବନାନନ୍ଦ ଦାସ, ଡଃ ବଂଶୀଧର ମହାପାତ୍ର, ସୁବାସ ରାଉତ, ସୁଚିସ୍ମିତା ନନ୍ଦ, ଦୀପାଳି ଦାଶ, ଅକ୍ଷୟ କୁମାର ସାମଲ, ଡ଼ାକ୍ତର ପଦ୍ମ ଚରଣ ଦାଶ, ସୁବାସ ମହାନ୍ତି ପ୍ରମୁଖ କବିତା ଆବୃତ୍ତି କରିଥିଲେ । କବୟିତ୍ରୀ ପୁଲିନ ମିଶ୍ର କବିତାଗୁଡିକୁ ସଂଯୋଜନା କରିଥିବାବେଳେ କବି ପ୍ରମୋଦ କୁମାର ବିଶୋଇ ଧନ୍ୟବାଦ ପ୍ରଦାନ କରିଥିଲେ ।