ରାଜ୍ୟପାଳ ପୁଲିସ ପଦକ ପାଇବେ କନେଷ୍ଟବଳ ରମେଶ ସାହୁ
ଭବାନୀପାଟଣା: କନେଷ୍ଟବଳ ରମେଶ ସାହୁ ମର୍ଯ୍ୟାଦାଜନକ ରାଜ୍ୟପାଳ ପୁଲିସ ପଦକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି। ୨୦୨୩ ରାଜ୍ୟପାଳ ପୋଲିସ ପଦକ ପାଇଁପ୍ରକାଶିତ ବିଜ୍ଞପ୍ତିରେ ୨୦ ଜଣିଆ ତାଲିକାରେ ରମେଶ ସାହୁଙ୍କ ନାମ ସ୍ଥାନ ପାଇଛି। ୧୯୯୬ ବ୍ୟାଚ କନେଷ୍ଟବଳ ରମେଶ ସାହୁ ନିଷ୍ଠାପର ଦାୟିତ୍ୱ, ଅନୁଶାସନ ପାଇଁ ଜିଲା ସ୍ତରରେ ଶ୍ରେଷ୍ଠ କନେଷ୍ଟବଳ ଭାବେ ପୁଲିସ ପ୍ରତିଷ୍ଠା ଦିବସରେ ପୁରସ୍କୃତ ହେଇଥିଲେ। ପୂର୍ବରୁ ସ୍ଥାନୀୟ ସଦର ଏବଂ ଟାଉନ ଥାନାରେ କାର୍ଯ୍ୟ କରିଥିବା ରମେଶ […]

ଭବାନୀପାଟଣା: କନେଷ୍ଟବଳ ରମେଶ ସାହୁ ମର୍ଯ୍ୟାଦାଜନକ ରାଜ୍ୟପାଳ ପୁଲିସ ପଦକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି। ୨୦୨୩ ରାଜ୍ୟପାଳ ପୋଲିସ ପଦକ ପାଇଁପ୍ରକାଶିତ ବିଜ୍ଞପ୍ତିରେ ୨୦ ଜଣିଆ ତାଲିକାରେ ରମେଶ ସାହୁଙ୍କ ନାମ ସ୍ଥାନ ପାଇଛି। ୧୯୯୬ ବ୍ୟାଚ କନେଷ୍ଟବଳ ରମେଶ ସାହୁ ନିଷ୍ଠାପର ଦାୟିତ୍ୱ, ଅନୁଶାସନ ପାଇଁ ଜିଲା ସ୍ତରରେ ଶ୍ରେଷ୍ଠ କନେଷ୍ଟବଳ ଭାବେ ପୁଲିସ ପ୍ରତିଷ୍ଠା ଦିବସରେ ପୁରସ୍କୃତ ହେଇଥିଲେ।
ପୂର୍ବରୁ ସ୍ଥାନୀୟ ସଦର ଏବଂ ଟାଉନ ଥାନାରେ କାର୍ଯ୍ୟ କରିଥିବା ରମେଶ ବର୍ତ୍ତମାନ ପୁଲିସ ବ୍ୟାରେକରେ କାର୍ଯ୍ୟ କରୁଛନ୍ତି। ସଦର ବ୍ଲକ ଅନ୍ତର୍ଗତ ସେଁପୂର୍ ଗାଁ ନିବାସୀ ସ୍ଵର୍ଗତ ଅକ୍ରୁର ଚନ୍ଦ୍ର ସାହୁ ଏବଂ କୁନ୍ତଳା ସାହୁଙ୍କ ପୁଅ ରମେଶ ରାଜ୍ୟପାଳ ପୁଲିସ ପଦକ ପାଉଥିବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ବାପା ପୁଲିସ କର୍ମଚାରୀ ହେଇଥିବାରୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରୁଛି ବୋଲି ରମେଶ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।