ଆଠଗଡରେ ହାତୀ ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗ ଦାୟୀ ! କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଆରସିସିଏଫ୍
ଆଠଗଡ: ଆଠଗଡରେ ହାତୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି RCCF। ବିଦ୍ୟୁତ ବିଭାଗର ଅବହେଳାରୁ ହାତୀର ମୃତ୍ୟୁ ହୋଇଥିବା କହିଛନ୍ତି ଆରସିସିଏଫ୍ ସୁଧାଶୁଂଶେଖର ଖୋରା। ଆଠଗଡ ବନଖଣ୍ଡ କୁଲାଇଲୋ ଠାରେ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ଘଟଣାରେ ଖୁବଶିଘ୍ର ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ୨୦୨୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏହି ତାର ହଟାଇବା ପାଇଁ ବନବିଭାଗ ବାରମ୍ବାର ଚିଠି ଲେଖିବା ସହ ମିଳିତ ତଦନ୍ତ ହୋଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ କାହିଁକି ଖାମଖିଆଲ ମନୋଭାବ କରିଥିଲା ତାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଆରସିସିଏଫଙ୍କ ନେତୃତ୍ଵରେ ଆଠଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଆଠଗଡ଼ ବନଖଣ୍ଡ ଅଧିକାରୀ, ଏସିଏଫ୍ ରେଞ୍ଜରଙ୍କ ସହ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ବୈଠକରେ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରିବା ସହିତ ପ୍ରାଥମିକ ତଦନ୍ତ ପରେ ଏହା ସ୍ପଷ୍ଟ କରିଛନ୍ତି ଆରସିସିଏଫ୍।
ଆଠଗଡ: ଆଠଗଡରେ ହାତୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି RCCF। ବିଦ୍ୟୁତ ବିଭାଗର ଅବହେଳାରୁ ହାତୀର ମୃତ୍ୟୁ ହୋଇଥିବା କହିଛନ୍ତି ଆରସିସିଏଫ୍ ସୁଧାଶୁଂଶେଖର ଖୋରା। ଆଠଗଡ ବନଖଣ୍ଡ କୁଲାଇଲୋ ଠାରେ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ଘଟଣାରେ ଖୁବଶିଘ୍ର ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ।
୨୦୨୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏହି ତାର ହଟାଇବା ପାଇଁ ବନବିଭାଗ ବାରମ୍ବାର ଚିଠି ଲେଖିବା ସହ ମିଳିତ ତଦନ୍ତ ହୋଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ କାହିଁକି ଖାମଖିଆଲ ମନୋଭାବ କରିଥିଲା ତାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ।
ଆରସିସିଏଫଙ୍କ ନେତୃତ୍ଵରେ ଆଠଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଆଠଗଡ଼ ବନଖଣ୍ଡ ଅଧିକାରୀ, ଏସିଏଫ୍ ରେଞ୍ଜରଙ୍କ ସହ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ବୈଠକରେ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରିବା ସହିତ ପ୍ରାଥମିକ ତଦନ୍ତ ପରେ ଏହା ସ୍ପଷ୍ଟ କରିଛନ୍ତି ଆରସିସିଏଫ୍।