ଆଠଗଡ଼ ଅଞ୍ଚଳରେ ପାଣିଚିରି ପକ୍ଷୀ ଛୁଆ, ଚଳିତବର୍ଷ ଆସିଛନ୍ତି ୨୪୫ ପ୍ରଜାତି
ଆଠଗଡ଼ ୨୧।୫: ମହାନଦୀ ଅବବାହିକାରେ ଅଣ୍ଡା ଦେଇଥିବା ବିଶ୍ଵର ବିରଳ ପ୍ରଜାତିର ପକ୍ଷୀ ଇଣ୍ଡିଆନ ସ୍କିମର ବା ପାଣିଚିରି ପକ୍ଷୀର ଛୁଆ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଦେଖାଯାଇଛନ୍ତି । ଭାରତ, ପାକିସ୍ତାନ, ମିଆଁମାର ଦେଶରେ ଏହି ବିରଳ ପ୍ରଜାତିର ପକ୍ଷୀ ସାଧାରଣତଃ ବିଶ୍ଵର ତିନୋଟି ସ୍ଥାନରେ ଦେଖାଯାଆନ୍ତି ଏହି ପକ୍ଷୀ । ଭାରତର ମଧ୍ୟ ପ୍ରଦେଶର ଚମ୍ବଲ୍ ଅଞ୍ଚଳ ସହ ଓଡ଼ିଶାର ମହାନଦୀ ଅବବାହିକା ସାତକୋଶିଆ, ମୁଣ୍ଡଳୀ ଏବଂ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳର ବ୍ରହ୍ମପୁର ଓ ଧବଳେଶ୍ବର ଘାଟ ଅଞ୍ଚଳରେ ଏହା ବଂଶ ବିସ୍ତାର କରିଥାନ୍ତି । ଏହି ଅଞ୍ଚଳରେ ଚଳିତ ବର୍ଷ ମୋଟ୍ ୨୪୫ଟି ବିରଳ ପ୍ରଜାତିର ପାଣିଚିରି ପକ୍ଷୀ ଆସିବା ସହିତ ଆଜି ପର୍ଯ୍ୟନ୍ତ ୧୪୨ଟି ଅଣ୍ଡା ଦେଇଛନ୍ତି । ଆଜି ସେଥି ମଧ୍ୟରୁ ୧୧୦ଟି ଛୁଆ ଦେଇଛନ୍ତି ଯାହା ଗତ ବର୍ଷ ଠାରୁ ଅଧିକ ଥିବା ବେଳେ ଏହି ଅଞ୍ଚଳକୁ ସୁରକ୍ଷା ବଳୟ ଭିତରେ ରଖିବା ସହିତ ସ୍କୁଲ ପିଲାମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛି ବନ ବିଭାଗ । ଆଠଗଡ଼ ଅଞ୍ଚଳକୁ ଆସିଥିବା ଅତିଥି ପକ୍ଷୀ ମାନଙ୍କୁ ବନ ବିଭାଗ ପକ୍ଷରୁ ସୁରକ୍ଷା ଦେବା ପାଇଁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଥିବା ଆଠଗଡ଼ ଏସିଏଫ୍ ନୀଳମାଧବ ସାହୁ ସୂଚନା ଦେଇଛନ୍ତି ।You Can Read:ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା, କଲେଜ ନିର୍ବାଚନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ
ଆଠଗଡ଼ ୨୧।୫: ମହାନଦୀ ଅବବାହିକାରେ ଅଣ୍ଡା ଦେଇଥିବା ବିଶ୍ଵର ବିରଳ ପ୍ରଜାତିର ପକ୍ଷୀ ଇଣ୍ଡିଆନ ସ୍କିମର ବା ପାଣିଚିରି ପକ୍ଷୀର ଛୁଆ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଦେଖାଯାଇଛନ୍ତି । ଭାରତ, ପାକିସ୍ତାନ, ମିଆଁମାର ଦେଶରେ ଏହି ବିରଳ ପ୍ରଜାତିର ପକ୍ଷୀ ସାଧାରଣତଃ ବିଶ୍ଵର ତିନୋଟି ସ୍ଥାନରେ ଦେଖାଯାଆନ୍ତି ଏହି ପକ୍ଷୀ । ଭାରତର ମଧ୍ୟ ପ୍ରଦେଶର ଚମ୍ବଲ୍ ଅଞ୍ଚଳ ସହ ଓଡ଼ିଶାର ମହାନଦୀ ଅବବାହିକା ସାତକୋଶିଆ, ମୁଣ୍ଡଳୀ ଏବଂ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳର ବ୍ରହ୍ମପୁର ଓ ଧବଳେଶ୍ବର ଘାଟ ଅଞ୍ଚଳରେ ଏହା ବଂଶ ବିସ୍ତାର କରିଥାନ୍ତି । ଏହି ଅଞ୍ଚଳରେ ଚଳିତ ବର୍ଷ ମୋଟ୍ ୨୪୫ଟି ବିରଳ ପ୍ରଜାତିର ପାଣିଚିରି ପକ୍ଷୀ ଆସିବା ସହିତ ଆଜି ପର୍ଯ୍ୟନ୍ତ ୧୪୨ଟି ଅଣ୍ଡା ଦେଇଛନ୍ତି । ଆଜି ସେଥି ମଧ୍ୟରୁ ୧୧୦ଟି ଛୁଆ ଦେଇଛନ୍ତି ଯାହା ଗତ ବର୍ଷ ଠାରୁ ଅଧିକ ଥିବା ବେଳେ ଏହି ଅଞ୍ଚଳକୁ ସୁରକ୍ଷା ବଳୟ ଭିତରେ ରଖିବା ସହିତ ସ୍କୁଲ ପିଲାମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛି ବନ ବିଭାଗ । ଆଠଗଡ଼ ଅଞ୍ଚଳକୁ ଆସିଥିବା ଅତିଥି ପକ୍ଷୀ ମାନଙ୍କୁ ବନ ବିଭାଗ ପକ୍ଷରୁ ସୁରକ୍ଷା ଦେବା ପାଇଁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଥିବା ଆଠଗଡ଼ ଏସିଏଫ୍ ନୀଳମାଧବ ସାହୁ ସୂଚନା ଦେଇଛନ୍ତି ।
You Can Read:
ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା, କଲେଜ ନିର୍ବାଚନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ