ଆଠଗଡ଼ ବିଡିଓଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି; ଗିରଫ କଲା ଭିଜିଲାନ୍ସ

କଟକ, ୮ା୮: ଆଠଗଡ଼ ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ପ୍ରଦୀପଙ୍କ ଘରୁ ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସର ୮ଟି ଟିମ୍‌ ଏକକାଳୀନ ବିଡିଓ ସାହୁଙ୍କ ଆଠଗଡ଼ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ର ୮ଟି ସ୍ଥାନରେ ବୁଧବାର ଚଢ଼ାଉ କରିଥିଲା। ଚଢ଼ାଉବେଳେ ବିଡିଓ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ […] The post ଆଠଗଡ଼ ବିଡିଓଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି; ଗିରଫ କଲା ଭିଜିଲାନ୍ସ appeared first on Dharitri Odia News.

ଆଠଗଡ଼ ବିଡିଓଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି; ଗିରଫ କଲା ଭିଜିଲାନ୍ସ

କଟକ, ୮ା୮: ଆଠଗଡ଼ ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ପ୍ରଦୀପଙ୍କ ଘରୁ ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସର ୮ଟି ଟିମ୍‌ ଏକକାଳୀନ ବିଡିଓ ସାହୁଙ୍କ ଆଠଗଡ଼ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ର ୮ଟି ସ୍ଥାନରେ ବୁଧବାର ଚଢ଼ାଉ କରିଥିଲା।

ଚଢ଼ାଉବେଳେ ବିଡିଓ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଥିବା ୨ଟି କୋଠା, ୩ ପ୍ଲଟ୍‌, ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍‌, ୪୭ ଲକ୍ଷ ଟଙ୍କାର ଜମା, ନଗଦ ୬.୧୧ ଲକ୍ଷ ଟଙ୍କା, ଦାମୀ ଡାଏମଣ୍ଡ ନେକ୍‌ଲେସ୍‌, ପ୍ରାୟ ୩୦୦ ଗ୍ରାମ୍‌ର ସୁନା, ଦୁଇଟି ୪ ଚକିଆ ଗାଡ଼ି ଆଦି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି।

ସୂଚନା ଅନୁସାରେ, ଖୋର୍ଦ୍ଧାର ଭାଲିବଡ଼ିରେ ଗୋଟିଏ କୋଠା, ନୟାଗଡ଼ର ରାଜସୁନାଖଳାରେ ପୈତୃକ ବାସଗୃହ ଗୋଟିଏ ତିନିମହଲା କୋଠା, ୩ଟି ପ୍ଲଟ୍‌, ଭୁବନେଶ୍ୱର ଗୌତମ ନଗରରେ ୨-ବିଏଚ୍‌କେ ଫ୍ଲାଟ୍‌ ରହିଛି। ସାହୁଙ୍କ ଏତେ ସମ୍ପତ୍ତିର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ଖୋଳତାଡ଼ କରୁଛି। ସମ୍ପତ୍ତି ତାଲିକା ଆହୁରି ଅଧିକ ହେବାର ସମ୍ଭାବନା ରହିଛି। ପ୍ରଦୀପ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ଭିଜିଲାନ୍ସ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ୨୦୨୩ ଫେବୃଆରୀ ୧ରେ ପ୍ରଦୀପ ଆଠଗଡ଼ ବିଡିଓ ଭାବେ ନିଯୁକ୍ତି ପାଇଥିଲେ। ଏହାପୂର୍ବରୁ ସେ ନରସିଂହପୁର ବ୍ଲକରେ କାର୍ଯ୍ୟରତ ଥିଲେ।

The post ଆଠଗଡ଼ ବିଡିଓଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି; ଗିରଫ କଲା ଭିଜିଲାନ୍ସ appeared first on Dharitri Odia News.