ଆଠଗଡ଼ରେ ବିଜେଡିର ବାଜିମାତ୍, ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୟୀ
ଭୁବନେଶ୍ୱର ୦୪/୦୬ : ଆଠଗଡ଼ରେ ପୁଣି ରାଜାଙ୍କ ରାଜ୍ । ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ ବିଧାନସଭା ଆସନରେ ବାଜିମାତ କରିଛନ୍ତି । ନିକଟତମ ବିଜେପି ପ୍ରାର୍ଥୀ ଅଭୟ କୁମାର ବାରିକଙ୍କୁ ହରାଇ ନିଜ ଗଡ଼ ବଜାୟ ରଖିଛନ୍ତି ରାଜା । ୩୫୩୨ ଭୋଟରେ ଚଳିତ ନିର୍ବାଚନ ଜିତିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୂଚନାଯୋଗ୍ୟ ଯେ, ୧୯୯୦ରୁ ଆଠଗଡ଼ରେ ରଣେନ୍ଦ୍ର ପ୍ରତାପଙ୍କ ରାଜ୍ ଚାଲିଛି। ୨୦୦୯ରେ ଏକ ଅସ୍ବାଭାବିକ ପରିସ୍ଥିତିକୁ ବାଦ୍ ଦେଲେ ଆଠଗଡ଼ରେ ରଣେନ୍ଦ୍ର ଓରଫ ରାଜା ଭାଇଙ୍କ ବିକଳ୍ପ ହୋଇନାହାନାନ୍ତି କେହି। ୮ମ ଥର ପାଇଁ ଲଢ଼େଇ ମୈଦାନକୁ ଓହ୍ଲାଇଥିଲେ ରଣେନ୍ଦ୍ର। ଏଥର ଲଢ଼େଇ ହୋଇଥିଲା ଟକ୍କର। ମୈଦାନରେ କଂଗ୍ରେସରରୁ ସୁଦର୍ଶନ ସାହୁ ଏବଂ ବିଜେପିରୁ ଅଭୟ କୁମାର ବାରିକ୍ ରହିଥିଲେ । ଉଭୟଙ୍କୁ ବାଦ୍ ଦେଇ ବିଜୟ ବାନା ଉଡାଇଛନ୍ତି ରାଜା। ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୮୬୦୦୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଅଭୟ କୁମାର ବାରିକ୍ ୪୨୮୨୨ ଖଣ୍ଡ ଭୋଟ ପାଇଛନ୍ତି । ଆଉ କଂଗ୍ରେସର ସୁଦର୍ଶନ ସାହୁ ୨୪୦୬ ଖଣ୍ଡ ଭୋଟ ପାଇଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ୨୦୨୪ ବିଧାନସଭା ନିର୍ବାଚନରେ ଆଠଗଡ଼ ଆସନରୁ ୩୫୮୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । Also Read- ସତ୍ୟବାଦୀର ସଞ୍ଜୟ ଦାଶ ବର୍ମାଙ୍କୁ ମାତ୍ ଦେଲେ ବିଜେପିର ଓମ ପ୍ରକାଶ, ୧୭ ହଜାର ୭୦୮ ଖଣ୍ଡ ଭୋଟ୍
ଭୁବନେଶ୍ୱର ୦୪/୦୬ : ଆଠଗଡ଼ରେ ପୁଣି ରାଜାଙ୍କ ରାଜ୍ । ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ ବିଧାନସଭା ଆସନରେ ବାଜିମାତ କରିଛନ୍ତି । ନିକଟତମ ବିଜେପି ପ୍ରାର୍ଥୀ ଅଭୟ କୁମାର ବାରିକଙ୍କୁ ହରାଇ ନିଜ ଗଡ଼ ବଜାୟ ରଖିଛନ୍ତି ରାଜା । ୩୫୩୨ ଭୋଟରେ ଚଳିତ ନିର୍ବାଚନ ଜିତିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ସୂଚନାଯୋଗ୍ୟ ଯେ, ୧୯୯୦ରୁ ଆଠଗଡ଼ରେ ରଣେନ୍ଦ୍ର ପ୍ରତାପଙ୍କ ରାଜ୍ ଚାଲିଛି। ୨୦୦୯ରେ ଏକ ଅସ୍ବାଭାବିକ ପରିସ୍ଥିତିକୁ ବାଦ୍ ଦେଲେ ଆଠଗଡ଼ରେ ରଣେନ୍ଦ୍ର ଓରଫ ରାଜା ଭାଇଙ୍କ ବିକଳ୍ପ ହୋଇନାହାନାନ୍ତି କେହି। ୮ମ ଥର ପାଇଁ ଲଢ଼େଇ ମୈଦାନକୁ ଓହ୍ଲାଇଥିଲେ ରଣେନ୍ଦ୍ର। ଏଥର ଲଢ଼େଇ ହୋଇଥିଲା ଟକ୍କର। ମୈଦାନରେ କଂଗ୍ରେସରରୁ ସୁଦର୍ଶନ ସାହୁ ଏବଂ ବିଜେପିରୁ ଅଭୟ କୁମାର ବାରିକ୍ ରହିଥିଲେ । ଉଭୟଙ୍କୁ ବାଦ୍ ଦେଇ ବିଜୟ ବାନା ଉଡାଇଛନ୍ତି ରାଜା।
ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୮୬୦୦୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଅଭୟ କୁମାର ବାରିକ୍ ୪୨୮୨୨ ଖଣ୍ଡ ଭୋଟ ପାଇଛନ୍ତି । ଆଉ କଂଗ୍ରେସର ସୁଦର୍ଶନ ସାହୁ ୨୪୦୬ ଖଣ୍ଡ ଭୋଟ ପାଇଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ୨୦୨୪ ବିଧାନସଭା ନିର୍ବାଚନରେ ଆଠଗଡ଼ ଆସନରୁ ୩୫୮୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।
Also Read- ସତ୍ୟବାଦୀର ସଞ୍ଜୟ ଦାଶ ବର୍ମାଙ୍କୁ ମାତ୍ ଦେଲେ ବିଜେପିର ଓମ ପ୍ରକାଶ, ୧୭ ହଜାର ୭୦୮ ଖଣ୍ଡ ଭୋଟ୍ରେ ହରାଇଲେ