ଆଠଗଡ଼ରେ ରାଜଦୋଳ ଏବଂ ଅଗ୍ନି ଉତ୍ସବ ପାଳିତ, ଜମିଥିଲା ଲୋକଙ୍କ ଭିଡ
ଆଠଗଡ଼ ୨୫।୦୩ : ଆଠଗଡ଼ରେ ପାଳିତ ହୋଇଛି ରାଜଦୋଳ ଏବଂ ଅଗ୍ନି ଉତ୍ସବ। ସାଧାରଣ ଭାବରେ ମାଘମାସ ପୂର୍ଣ୍ଣିମା ଦିନ ଅଗ୍ନି ଉତ୍ସବ ପାଳନ କରାଯାଉଥିବା ବେଳେ ଆଠଗଡ଼ ଗଡ଼ଜାତରେ ରାଜୁଡା ଅମଳରୁ ଫାଲଗୁନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ପାଳନ ହୋଇଆସୁଛି ଏହି ନିଆରା ପରମ୍ପରା। ଆବାହମାନ କାଳରୁ ରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ ଏବେ ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହାକୁ ପାରମ୍ପରିକ ଭାବେ ପାଳନ କରାଯାଇଆସୁଛି। ସନ୍ଧ୍ୟା ଆଳତି ପରେ ଆଠଗଡ଼ ଆରାଧ୍ୟ ଶ୍ରୀ ରାଧା ଗୋବିନ୍ଦ ଶ୍ରୀ ଅଟ୍ଟାଳୀ ଜଗନ୍ନାଥ ଏବଂ ଶ୍ରୀ ରଘୁନାଥ ତଥା ଅଟ୍ଟାଳି ଜଗନ୍ନାଥ, ରଘୁନାଥ, ସ୍ଵପ୍ନେଶ୍ଵର, କାଶୀ ବିଶ୍ୱନାଥ, ନୃସିଂହ ଠାକୁରଙ୍କୁ ଧରି ଚତୁର୍ଦଶୀ ଯାତ୍ରା କରିଥାନ୍ତି, ରାଜରାଜୁଡା ଶାସନ ନାହିଁ ସତ ହେଲେ ଏବେବି ନାରାୟଣ ମନ୍ଦିରରେ ସମସ୍ତ ଠାକୁରଙ୍କୁ ଭୋଗ ଲାଗି କରାଯାଏ । ଏହାପରେ ଗୋପବନ୍ଧୁ ଛକରେ ମେଣ୍ଢାଘର ପୋଡି ବା ହୋଲିକା ଦହନ ଉତ୍ସବ ଅନୁଷ୍ଠିତ ହୋଇଥାଏ । ହୋଲିକା ଦହନ ପରେ ସମସ୍ତ ଠାକୁର ଝୁଲଣ ପଡିଆ ଠାରେ ଯାତ୍ରା କରିଥାନ୍ତି। ରାଧାଗୋବିନ୍ଦ ମନ୍ଦିର ଠାରୁ ୮ରୁ ଅଧିକ ବିମାନ ଶୋଭାଯାତ୍ରାରେ ଆସି ରାଜ ନଅରରେ ଭୋଗଖାଇ ସାରିବା ପରେ ଏହି ଅଗ୍ନି ଉତ୍ସବ ହୋଇଥାଏ । ଠାକୁର ମାନଙ୍କ ବିମାନ ଚାଚେରୀ ଭୋଗ ଖାଇ ସାରିବା ପରେ ବିଳମ୍ବିତ ରାତିରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଏକତ୍ରିତ ହ
ଆଠଗଡ଼ ୨୫।୦୩ : ଆଠଗଡ଼ରେ ପାଳିତ ହୋଇଛି ରାଜଦୋଳ ଏବଂ ଅଗ୍ନି ଉତ୍ସବ। ସାଧାରଣ ଭାବରେ ମାଘମାସ ପୂର୍ଣ୍ଣିମା ଦିନ ଅଗ୍ନି ଉତ୍ସବ ପାଳନ କରାଯାଉଥିବା ବେଳେ ଆଠଗଡ଼ ଗଡ଼ଜାତରେ ରାଜୁଡା ଅମଳରୁ ଫାଲଗୁନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ପାଳନ ହୋଇଆସୁଛି ଏହି ନିଆରା ପରମ୍ପରା।

ଆବାହମାନ କାଳରୁ ରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ ଏବେ ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହାକୁ ପାରମ୍ପରିକ ଭାବେ ପାଳନ କରାଯାଇଆସୁଛି। ସନ୍ଧ୍ୟା ଆଳତି ପରେ ଆଠଗଡ଼ ଆରାଧ୍ୟ ଶ୍ରୀ ରାଧା ଗୋବିନ୍ଦ ଶ୍ରୀ ଅଟ୍ଟାଳୀ ଜଗନ୍ନାଥ ଏବଂ ଶ୍ରୀ ରଘୁନାଥ ତଥା ଅଟ୍ଟାଳି ଜଗନ୍ନାଥ, ରଘୁନାଥ, ସ୍ଵପ୍ନେଶ୍ଵର, କାଶୀ ବିଶ୍ୱନାଥ, ନୃସିଂହ ଠାକୁରଙ୍କୁ ଧରି ଚତୁର୍ଦଶୀ ଯାତ୍ରା କରିଥାନ୍ତି, ରାଜରାଜୁଡା ଶାସନ ନାହିଁ ସତ ହେଲେ ଏବେବି ନାରାୟଣ ମନ୍ଦିରରେ ସମସ୍ତ ଠାକୁରଙ୍କୁ ଭୋଗ ଲାଗି କରାଯାଏ । ଏହାପରେ ଗୋପବନ୍ଧୁ ଛକରେ ମେଣ୍ଢାଘର ପୋଡି ବା ହୋଲିକା ଦହନ ଉତ୍ସବ ଅନୁଷ୍ଠିତ ହୋଇଥାଏ । ହୋଲିକା ଦହନ ପରେ ସମସ୍ତ ଠାକୁର ଝୁଲଣ ପଡିଆ ଠାରେ ଯାତ୍ରା କରିଥାନ୍ତି।

ରାଧାଗୋବିନ୍ଦ ମନ୍ଦିର ଠାରୁ ୮ରୁ ଅଧିକ ବିମାନ ଶୋଭାଯାତ୍ରାରେ ଆସି ରାଜ ନଅରରେ ଭୋଗଖାଇ ସାରିବା ପରେ ଏହି ଅଗ୍ନି ଉତ୍ସବ ହୋଇଥାଏ । ଠାକୁର ମାନଙ୍କ ବିମାନ ଚାଚେରୀ ଭୋଗ ଖାଇ ସାରିବା ପରେ ବିଳମ୍ବିତ ରାତିରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଏକତ୍ରିତ ହୋଇଥାନ୍ତି। ପୂର୍ବରୁ ପ୍ରସ୍ତୁତ ଥିବା ପାଳ ନଡ଼ା ତଥା ଆମ୍ବଡ଼ାଳକୁ ବ୍ରାହ୍ମଣ ପୂଜାର୍ଚ୍ଚନା କରିବା ପରେ ସେଥିରେ ଅଗ୍ନି ସଂଯୋଗ କରାଯାଏ। ଠାକୁର ମାନଙ୍କ ବିମାନ ଅଗ୍ନି ପରିକ୍ରମା କରି ଏହି ନିଆରା ଉତ୍ସବ ପାଳନ କରିଥାନ୍ତି। ଏହା ଦ୍ବାରା ରାଜ୍ୟରେ ଅଗ୍ନି ଭୟ ରହେ ନାହିଁ ଓ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି। ଶେଷରେ ଉପସ୍ଥିତ ଲୋକ ମାନେ ପାଉଁଶକୁ ପ୍ରସାଦ ଭାବରେ ନେଇ ଘରକୁ ଯାଇଥାନ୍ତି। ଏହି ପାଉଁଶକୁ ନେଇ ଘରର ଈଶାଣରେ ଲାଗି କଲେ ପୂର୍ବ ପୁରୁଷ ଶାନ୍ତି ହେବା ସହିତ ଘରକୁ ଅଗ୍ନି ଭୟ ରହେ ନାହିଁ ବୋଲି ସାଧାରଣରେ ବିଶ୍ୱାସ ରହିଛି।