ଆଠଗଡ଼ ସହରରେ ଅର୍ପଣ ରଥ ପରିକ୍ରମା ସମାପିିତ

ଆଠଗଡ଼: ଶ୍ରୀକ୍ଷେତ୍ରରେ ଆସନ୍ତା ୧୭ତାରିଖରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଥିବାବେଳେ ଲୋକଙ୍କର ସହଭାଗିତା ପାଇଁ ଅର୍ପଣ ରଥ ବିଭିନ୍ନ ଅଞ୍ଚଳରେ ପରିଭ୍ରମଣ କରି ମୁଠାଏ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି। ଆଠଗଡ଼ ସହରର ସମସ୍ତ ୧୮ଟି ୱାର୍ଡରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତଙ୍କ ନେତୃତ୍ୱରେ ଏହି ଅର୍ପଣ ରଥ ପରିଭ୍ରମଣ କରିବା ବେଳେ ଲୋକମାନେ ବିଶେଷକରି ମହିଳାମାନେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ଭାବରେ ନିଜ ଘର ସମ୍ମୁଖରେ ରଙ୍ଗବେରଙ୍ଗର […]

ଆଠଗଡ଼ ସହରରେ ଅର୍ପଣ ରଥ ପରିକ୍ରମା ସମାପିିତ

ଆଠଗଡ଼: ଶ୍ରୀକ୍ଷେତ୍ରରେ ଆସନ୍ତା ୧୭ତାରିଖରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଥିବାବେଳେ ଲୋକଙ୍କର ସହଭାଗିତା ପାଇଁ ଅର୍ପଣ ରଥ ବିଭିନ୍ନ ଅଞ୍ଚଳରେ ପରିଭ୍ରମଣ କରି ମୁଠାଏ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି। ଆଠଗଡ଼ ସହରର ସମସ୍ତ ୧୮ଟି ୱାର୍ଡରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତଙ୍କ ନେତୃତ୍ୱରେ ଏହି ଅର୍ପଣ ରଥ ପରିଭ୍ରମଣ କରିବା ବେଳେ ଲୋକମାନେ ବିଶେଷକରି ମହିଳାମାନେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ଭାବରେ ନିଜ ଘର ସମ୍ମୁଖରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ପକାଇ ଶ୍ରୀ ଜଗନ୍ନାଥଙ୍କ ପାଇଁ ବୁଲୁଥିବା ଅର୍ପଣ ରଥକୁ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଥିଲା। ଶନିବାର ଆଠଗଡ଼ ସହରର ୪ନଂ, ୧୪ନଂ ଏବଂ କନ୍ତୋଲ ଅଞ୍ଚଳର ୧୦ନଂ, ୧୧ନଂ, ୧୨ନଂ, ୧୩ନଂ ଓ ୧୭ନଂ ୱାର୍ଡରେ ଏହି ରଥ ପରିକ୍ରମା ସମୟରେ ମହିଳାମାନେ ଘର ସମ୍ମୁଖରେ ଲିପାପୋଛା କରି ଝୋଟି ପକାଇ, ହରିବୋଲ ହୁଳହୁଳି ଦେଇ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିଥିଲେ। ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଓ ଉପାଧ୍ୟକ୍ଷ ବି. ଶୁଭ୍ରଶଙ୍କର ଜ୍ୟୋତିଙ୍କ ନେତୃତ୍ୱରେ ପରିକ୍ରମା କାଳରେ ବିଭିନ୍ନ ୱାର୍ଡର କାଉନସିଲରମାନେ ଏଥିରେ ସାମିଲ ହୋଇ ସହଯୋଗ କରିଥିଲେ।