ଆଣ୍ଟିବାୟୋଟିକ୍‌ରେ ଭଲ ହେଉନି ଟାଇଫଏଡ୍‌, ନିମୋନିଆ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୩ା୯: ମୁତ୍ରନଳୀରେ ସଂକ୍ରମଣ (ୟୁଟିଆଇ), ରକ୍ତ ସଂକ୍ରମଣ, ନିମୋନିଆ, ଟାଇଫଏଡ୍‌ ଭଳି କେତେକ ରୋଗ ସାଧାରଣ ଆଣ୍ଟିବାୟୋଟିକ୍‌ରେ ଆଉ ଭଲ ହେଉନାହିଁ। ଏହି ରୋଗ ସୃଷ୍ଟି କରାଉଥିବା ବ୍ୟାକ୍ଟେରିଆଗୁଡ଼ିକ ଉପରେ ସାଧାରଣ ଆଣ୍ଟିବାୟୋଟିକ୍‌ଗୁଡ଼ିକ କୌଣସି ପ୍ରତିକ୍ରିୟା ପକାଉ ନ ଥିବା ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) କହିଛି। ସାରା ଦେଶରେ ଆଣ୍ଟିବାୟୋଟିକ୍‌ ପ୍ରତିରୋଧ ସମସ୍ୟା ବଢ଼ିବାରେ ଲାଗିଛି। ଆଇସିଏମ୍‌ଆର୍‌ର ଆଣ୍ଟିମାଇକ୍ରୋବିଆଲ ରିଜିଷ୍ଟାନ୍ସ ସର୍ଭିଲାନ୍ସ ନେଟ୍‌ଓ୍ବର୍କ (ଏଏମ୍‌ଆର୍‌ଏସ୍‌ଏନ୍‌) ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରେ ନିମୋନିଆ, ଶ୍ୱାସକ୍ରିୟାରେ […] The post ଆଣ୍ଟିବାୟୋଟିକ୍‌ରେ ଭଲ ହେଉନି ଟାଇଫଏଡ୍‌, ନିମୋନିଆ: ଆଇସିଏମ୍‌ଆର୍‌ appeared first on Dharitri Odia News.

ଆଣ୍ଟିବାୟୋଟିକ୍‌ରେ ଭଲ ହେଉନି ଟାଇଫଏଡ୍‌, ନିମୋନିଆ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୩ା୯: ମୁତ୍ରନଳୀରେ ସଂକ୍ରମଣ (ୟୁଟିଆଇ), ରକ୍ତ ସଂକ୍ରମଣ, ନିମୋନିଆ, ଟାଇଫଏଡ୍‌ ଭଳି କେତେକ ରୋଗ ସାଧାରଣ ଆଣ୍ଟିବାୟୋଟିକ୍‌ରେ ଆଉ ଭଲ ହେଉନାହିଁ। ଏହି ରୋଗ ସୃଷ୍ଟି କରାଉଥିବା ବ୍ୟାକ୍ଟେରିଆଗୁଡ଼ିକ ଉପରେ ସାଧାରଣ ଆଣ୍ଟିବାୟୋଟିକ୍‌ଗୁଡ଼ିକ କୌଣସି ପ୍ରତିକ୍ରିୟା ପକାଉ ନ ଥିବା ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) କହିଛି। ସାରା ଦେଶରେ ଆଣ୍ଟିବାୟୋଟିକ୍‌ ପ୍ରତିରୋଧ ସମସ୍ୟା ବଢ଼ିବାରେ ଲାଗିଛି। ଆଇସିଏମ୍‌ଆର୍‌ର ଆଣ୍ଟିମାଇକ୍ରୋବିଆଲ ରିଜିଷ୍ଟାନ୍ସ ସର୍ଭିଲାନ୍ସ ନେଟ୍‌ଓ୍ବର୍କ (ଏଏମ୍‌ଆର୍‌ଏସ୍‌ଏନ୍‌) ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରେ ନିମୋନିଆ, ଶ୍ୱାସକ୍ରିୟାରେ ସଂକ୍ରମଣ, ଡାଇରିଆ ଆଦି ସଂକ୍ରମଣର ଚିକିତ୍ସାରେ ସାଧାରଣ ଆଣ୍ଟିବାୟୋଟିକ୍‌ର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି। ୨୦୨୩ ଜାନୁଆରୀରୁ ଡିସେମ୍ବର ୩୧ ମଧ୍ୟରେ ସାରା ଦେଶର ହସ୍ପିଟାଲ ଓ କ୍ଲିନିକ୍‌ଗୁଡ଼ିକରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ବିଭିନ୍ନ ବ୍ୟାକ୍ଟେରିଆ ବିରୋଧରେ ଆଣ୍ଟିବାୟୋଟିକ୍‌ଗୁଡ଼ିକର ପରୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ୟୁଟିଆଇ, ରକ୍ତ ସଂକ୍ରମଣ, ନିମୋନିଆ ଓ ଟାଇଫଏଡ୍‌ ଭଳି ରୋଗ ସାଧାରଣ ଆଣ୍ଟିବାୟୋଟିକ୍‌ରେ ଭଲ କରିବା କଷ୍ଟକର ହୋଇପଡ଼ିଛି। କେତେକ ରୋଗରେ ସାଧାରଣ ଆଣ୍ଟିବାୟୋଟିକ୍‌ ଆଦୌ କାମ କରୁ ନ ଥିବା ଜଣାପଡ଼ିଥିଲା। ଉଭୟ ସରକାରୀ ଏବଂ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରୁ ମୋଟ ୯୯,୪୯୨ ନମୁନା ନେଇ ଅନୁଶୀଳନ କରାଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।

The post ଆଣ୍ଟିବାୟୋଟିକ୍‌ରେ ଭଲ ହେଉନି ଟାଇଫଏଡ୍‌, ନିମୋନିଆ: ଆଇସିଏମ୍‌ଆର୍‌ appeared first on Dharitri Odia News.