ଆତଙ୍କବାଦ କ୍ଷେତ୍ରରେ ଭାରତ କଦାପି ନୀରବ ରହିବ ନାହିଁ: ଅମ୍ବାନୀ
ମୁମ୍ବାଇ, ୮।୫-‘ଅପରେଶନ ସିନ୍ଦୂର’ ଲାଗି ଆମେ ଭାରତୀୟ ସଶସ୍ତ୍ର ସେନା ପାଇଁ ଗର୍ବ ଅନୁଭବ କରୁଛୁ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀ କହିଛନ୍ତି। ଆତଙ୍କବାଦକୁ ପ୍ରତିହତ କରିବା ସକାଶେ ଆମେ ସମସ୍ତେ ଏକଜୁଟ ହୋଇ ରହିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଚିନ୍ତିତ ଓ ଦୃଢ଼ ନେତୃତ୍ୱ ଯୋଗୁ ଭାରତୀୟ ସଶସ୍ତ୍ର ସେନା ସୀମାନ୍ତରେ ଉତ୍ପନ୍ନ ହେଉଥିବା ପ୍ରତିଟି ଉତ୍ତେଜନାକୁ ପ୍ରତିହତ କରିବା ଲାଗି ସକ୍ଷମ ହୋଇଛି। ଆତଙ୍କବାଦ […] The post ଆତଙ୍କବାଦ କ୍ଷେତ୍ରରେ ଭାରତ କଦାପି ନୀରବ ରହିବ ନାହିଁ: ଅମ୍ବାନୀ appeared first on Dharitri Odia News.
ମୁମ୍ବାଇ, ୮।୫-‘ଅପରେଶନ ସିନ୍ଦୂର’ ଲାଗି ଆମେ ଭାରତୀୟ ସଶସ୍ତ୍ର ସେନା ପାଇଁ ଗର୍ବ ଅନୁଭବ କରୁଛୁ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀ କହିଛନ୍ତି।
ଆତଙ୍କବାଦକୁ ପ୍ରତିହତ କରିବା ସକାଶେ ଆମେ ସମସ୍ତେ ଏକଜୁଟ ହୋଇ ରହିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଚିନ୍ତିତ ଓ ଦୃଢ଼ ନେତୃତ୍ୱ ଯୋଗୁ ଭାରତୀୟ ସଶସ୍ତ୍ର ସେନା ସୀମାନ୍ତରେ ଉତ୍ପନ୍ନ ହେଉଥିବା ପ୍ରତିଟି ଉତ୍ତେଜନାକୁ ପ୍ରତିହତ କରିବା ଲାଗି ସକ୍ଷମ ହୋଇଛି।
ଆତଙ୍କବାଦ କ୍ଷେତ୍ରରେ ଭାରତ କଦାପି ନୀରବ ରହିପାରିବ ନାହିଁ ବୋଲି ମୋଦିଙ୍କ ନେତୃତ୍ୱ ଜଣାଇଦେଲା। ଏପରି କି ଆମ ଜନ୍ମଭୂମି, ଆମ ନାଗରିକ ଏବଂ ଦେଶକୁ ସୁରକ୍ଷା ଦେଉଥିବା ନାରୀପୁରୁଷ ଉପରେ ଗୋଟିଏମାତ୍ର ଆତଙ୍କବାଦୀ ଆକ୍ରମଣ ହେଲେ ତାହାକୁ କଦାପି ସହ୍ୟ କରାଯାଇପାରିବ ନାହିଁ। ଆମର ଶାନ୍ତି ପ୍ରତି ବିପଦ ସୃଷ୍ଟି ହେଲେ ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗତ କିଛିଦିନ ହେବ ନିଆଯାଇଆସୁଛି ବୋଲି ଅମ୍ବାନୀ କହିଛନ୍ତି।
The post ଆତଙ୍କବାଦ କ୍ଷେତ୍ରରେ ଭାରତ କଦାପି ନୀରବ ରହିବ ନାହିଁ: ଅମ୍ବାନୀ appeared first on Dharitri Odia News.