ଆତଙ୍କବାଦୀ ଅବୁ କତାଲ ନିହତ

ନୂଆଦିଲ୍ଲୀ: ଭାରତର ଆଉ ଜଣେ ଶତ୍ରୁ ଅବୁ କତାଲ ସିନ୍ଧୀ ନିହତ ହୋଇଛି। ଯିଏକି ଲସ୍କର-ଏ-ତୈବାର ଜଣେ ବଡ଼ ଆତଙ୍କବାଦୀ ହାଫିଜ୍ ସଇଦର ଘନିଷ୍ଠ ଥିଲା। ଜୁନ୍ ୯ ତାରିଖରେ ରିଆସିର ଶିବ-ଖୋଡି ମନ୍ଦିରରୁ ଫେରୁଥିବା ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେହି ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ତାକୁ NIAର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ସାମିଲ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୮ଟାରେ ଝେଲମ […] The post ଆତଙ୍କବାଦୀ ଅବୁ କତାଲ ନିହତ appeared first on Odisha.News.

ଆତଙ୍କବାଦୀ ଅବୁ କତାଲ ନିହତ

ନୂଆଦିଲ୍ଲୀ: ଭାରତର ଆଉ ଜଣେ ଶତ୍ରୁ ଅବୁ କତାଲ ସିନ୍ଧୀ ନିହତ ହୋଇଛି। ଯିଏକି ଲସ୍କର-ଏ-ତୈବାର ଜଣେ ବଡ଼ ଆତଙ୍କବାଦୀ ହାଫିଜ୍ ସଇଦର ଘନିଷ୍ଠ ଥିଲା।

ଜୁନ୍ ୯ ତାରିଖରେ ରିଆସିର ଶିବ-ଖୋଡି ମନ୍ଦିରରୁ ଫେରୁଥିବା ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେହି ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ତାକୁ NIAର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ସାମିଲ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୮ଟାରେ ଝେଲମ ଜିଲ୍ଲାରେ ତାଙ୍କୁ ହତ୍ୟା କରାଯାଇଥିଲା।

୨୦୨୩ ମସିହାର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୧ ତାରିଖରେ ଜମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲାର ଧାଙ୍ଗ୍ରି ଗାଁରେ ୭ ଜଣଙ୍କ ହତ୍ୟା ମାମଲାରେ NIA ତାଙ୍କୁ ମୁଖ୍ୟ ଅଭିଯୁକ୍ତ କରିଥିଲା। NIA ଚାର୍ଜସିଟ୍ ଅନୁଯାୟୀ, ପାକିସ୍ତାନରେ ବସିଥିବା ଏହି ଲସ୍କର ହ୍ୟାଣ୍ଡଲର ସମ୍ପୂର୍ଣ୍ଣ ଆକ୍ରମଣର ଯୋଜନା କରିଥିଲା। ଆଉ ଯେଉଁଥିପାଇଁ ସେ ଆତଙ୍କବାଦୀ ମାନଙ୍କୁ ନିଯୁକ୍ତି ଦେଇଥିଲା।

The post ଆତଙ୍କବାଦୀ ଅବୁ କତାଲ ନିହତ appeared first on Odisha.News.