ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ଭାରତ ମୁଖ୍ୟ ଗିରଫ

ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ସୁରକ୍ଷା ଏଜେନ୍ସିଂମାନଙ୍କୁ ବଡ଼ ସଫଳତା। କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର ଭାରତ ଚିଫ୍‌(ମୁଖ୍ୟ) ହାରିଶ ଫାରୁକି ଗିରଫ ହୋଇଛନ୍ତି। ଆସାମର ଧୁବରୀରେ ଭାରତ-ବାଂଲାଦେଶ ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ତାଙ୍କୁ ଗିରଫ କରାଯାଇଛି। ହାରିଶ ଫାରୁକିଙ୍କ ସହ ତାଙ୍କର ଜଣେ ସହଯୋଗୀ ରେହାନଙ୍କୁ ବି ଏସ୍‌ଟିଏଫ୍‌ ଗିରଫ କରିଥିବା ଜଣାପଡ଼ିଛି। ତେବେ ଫାରୁକିଙ୍କୁ ଗିରଫ କରି ଅନେକ ବଡ଼ ଆକ୍ରମଣ ଯୋଜନାକୁ ଏସ୍‌ଟିଏଫ୍‌ ପଣ୍ଡ କରିଛି ବୋଲି କୁହାଯାଉଛି। ପୋଲିସଠାରୁ ମିଳିଥିବା […] The post ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ଭାରତ ମୁଖ୍ୟ ଗିରଫ appeared first on Dharitri Odia News.

ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ଭାରତ ମୁଖ୍ୟ ଗିରଫ

ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ସୁରକ୍ଷା ଏଜେନ୍ସିଂମାନଙ୍କୁ ବଡ଼ ସଫଳତା। କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର ଭାରତ ଚିଫ୍‌(ମୁଖ୍ୟ) ହାରିଶ ଫାରୁକି ଗିରଫ ହୋଇଛନ୍ତି। ଆସାମର ଧୁବରୀରେ ଭାରତ-ବାଂଲାଦେଶ ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ତାଙ୍କୁ ଗିରଫ କରାଯାଇଛି। ହାରିଶ ଫାରୁକିଙ୍କ ସହ ତାଙ୍କର ଜଣେ ସହଯୋଗୀ ରେହାନଙ୍କୁ ବି ଏସ୍‌ଟିଏଫ୍‌ ଗିରଫ କରିଥିବା ଜଣାପଡ଼ିଛି। ତେବେ ଫାରୁକିଙ୍କୁ ଗିରଫ କରି ଅନେକ ବଡ଼ ଆକ୍ରମଣ ଯୋଜନାକୁ ଏସ୍‌ଟିଏଫ୍‌ ପଣ୍ଡ କରିଛି ବୋଲି କୁହାଯାଉଛି।

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଆଇଏସ୍‌ଆଇଏସ୍‌ର ଏହି ଦୁଇ ସଦସ୍ୟ ବାଂଲାଦେଶ ସୀମା ଦେଇ ଭାରତରେ ପ୍ରବେଶ କରି ବଡ଼ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଷଡଯନ୍ତ୍ର କରୁଥିବା ଏସ୍‌ଟିଏଫ୍‌କୁ ସୂଚନା ମିଳିଥିଲା। ଏହାପରେ ଉଭୟଙ୍କୁ ଧରିବା ନିମନ୍ତେ ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ ଗଠିତ ହୋଇଥିଲା। ଏହି ଟିମ ମଙ୍ଗଳବାର ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ଆରମ୍ଭ କରିଥିଲା। ହାରିଶ ଫାରୁକି ଓ ରେହାନ ସୀମା ଡେଇଁ ଭାରତରେ ପ୍ରବେଶ କରି ଧୁବରୀର ଧର୍ମଶାଳା ଅଞ୍ଚଳରେ ଥିଲେ। ଏନେଇ ସୂଚନା ପାଇବା ପରେ ଏସ୍‌ଟିଏଫ୍‌ ଟିମ ଉଭୟଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି।
ତେବେ ଗିରଫ ହୋଇଥିବା ଆତଙ୍କବାଦୀମାନେ ନିର୍ବାଚନ ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କୀ କାର୍ଯ୍ୟକଳାପ ଘଟାଇବାକୁ ଯୋଜନା କରୁଥିଲେ। ସେମାନେ ଭାତରରେ ଆତଙ୍କବାଦ ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କ ବିରୋଧରେ ଦିଲ୍ଲୀ, ଲକ୍ଷ୍ନୌ ସମେତ ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି।

The post ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ଭାରତ ମୁଖ୍ୟ ଗିରଫ appeared first on Dharitri Odia News.