ଆତଙ୍କବାଦୀଙ୍କୁ ଏକ୍ସରେ ପ୍ରିମିୟମ ସର୍ଭିସ ଦେଇଛନ୍ତି ଏଲନ ମସ୍କ, ରିପୋର୍ଟରେ ଖୁଲାସା

ଓ୍ବାଶିଂଟନ୍‌,୧୬।୨: ଦୁନିଆର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରକୁ ଟେସଲା କମ୍ପାନୀର ମାଲିକ ଏଲନ ମସ୍କ କିଣିଛନ୍ତି। କମ୍ପାନୀ କିଣିବା ପରେ ମସ୍କ ଏହାକୁ ଟ୍ବିଟରରୁ ନାମ ପରିବର୍ତ୍ତନ କରି ଏକ୍ସ କରିଛନ୍ତି। ଗତବର୍ଷ ଏଲନ ମସ୍କ ଟ୍ବିଟରକୁ କିଣିବା ପରେ ଏକ ନୂଆ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ, କେବଳ ମାସିକ ଶୁଳ୍କ ଦେଉଥିବା ଆକାଉଣ୍ଟଙ୍କୁ ଭେରିଫିକେଶନ କରିବା ସହ ବ୍ଲୁ ଟିକ୍‌ ଦିଆଯିବ। ଏସବୁ ଭେରିଫାଇଡ ଆକାଉଣ୍ଟ ହେବ। କିନ୍ତୁ ଟେକ ଟ୍ରାନ୍ସପେରେନି୍ସ ପ୍ରୋଜେକ୍ଟ (ଟିଟିପି) […] The post ଆତଙ୍କବାଦୀଙ୍କୁ ଏକ୍ସରେ ପ୍ରିମିୟମ ସର୍ଭିସ ଦେଇଛନ୍ତି ଏଲନ ମସ୍କ, ରିପୋର୍ଟରେ ଖୁଲାସା appeared first on Dharitri Odia News.

ଆତଙ୍କବାଦୀଙ୍କୁ ଏକ୍ସରେ ପ୍ରିମିୟମ ସର୍ଭିସ ଦେଇଛନ୍ତି ଏଲନ ମସ୍କ, ରିପୋର୍ଟରେ ଖୁଲାସା

ଓ୍ବାଶିଂଟନ୍‌,୧୬।୨: ଦୁନିଆର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରକୁ ଟେସଲା କମ୍ପାନୀର ମାଲିକ ଏଲନ ମସ୍କ କିଣିଛନ୍ତି। କମ୍ପାନୀ କିଣିବା ପରେ ମସ୍କ ଏହାକୁ ଟ୍ବିଟରରୁ ନାମ ପରିବର୍ତ୍ତନ କରି ଏକ୍ସ କରିଛନ୍ତି। ଗତବର୍ଷ ଏଲନ ମସ୍କ ଟ୍ବିଟରକୁ କିଣିବା ପରେ ଏକ ନୂଆ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ, କେବଳ ମାସିକ ଶୁଳ୍କ ଦେଉଥିବା ଆକାଉଣ୍ଟଙ୍କୁ ଭେରିଫିକେଶନ କରିବା ସହ ବ୍ଲୁ ଟିକ୍‌ ଦିଆଯିବ। ଏସବୁ ଭେରିଫାଇଡ ଆକାଉଣ୍ଟ ହେବ। କିନ୍ତୁ ଟେକ ଟ୍ରାନ୍ସପେରେନି୍ସ ପ୍ରୋଜେକ୍ଟ (ଟିଟିପି) ଦ୍ୱାରା ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଆଶ୍ଚର୍ଯ୍ୟଜନକ ରିପୋର୍ଟର ଖୁଲାସା ହୋଇଛି। ଏଥିରୁ ଜଣାପଡିଛି ଯେ, କିଛି ଆତଙ୍କବାଦୀ ଗୋଷ୍ଠୀଙ୍କୁ ଏକ୍ସ ନିଜ ପ୍ଲାଟଫର୍ମରେ ପ୍ରିମିୟମ ସବ୍‌କ୍ରିପଶନ ପ୍ରଦାନ କରିଛି।

ଏହି ରିପୋର୍ଟରେ ଆମେରିକା ଦ୍ୱାରା ସୀକୃତି ପାଖାପାଖି ଏକ ଡଜନରୁ ଅଧିକ ଆତଙ୍କବାଦୀଙ୍କ ଆକାଉଣ୍ଟ ଏକ୍ସରେ ଚିହ୍ନଟ ହୋଇଛି, ଯେଉଁଥିରେ ବ୍ଲୁ ଟିକ୍‌ ମଧ୍ୟ ରହିଛି। କହିରଖୁଛୁ କି, ଏକ୍ସର ନିୟମ ଅନୁସାରେ ଏବେ ୟୁଜରଙ୍କୁ ବ୍ଲୁ ଟିକ୍‌ ପାଇବା ପାଇଁ ପେଡ ପ୍ରମିୟମ ସର୍ଭିସ କିଣିବାକୁ ପଡୁଛି। କିନ୍ତୁ ରିପୋର୍ଟ ଅନୁଯାୟୀ ୨୮ଟି ଏକ୍ସ ଆକାଉଣ୍ଟକୁ ପ୍ରିମିୟମ ସର୍ଭିସ ଦିଆଯାଇଛି। ଯେଉଁମାନଙ୍କୁ ଆମେରିକା ସରକାର, ଜାତୀୟ ସୁରକ୍ଷା ଓ ଦେଶ ଲାଗି ବିପଦ ବୋଲି ଘୋଷଣା କରିଛନ୍ତି। ହିଜବୁଲ୍ଲାର ୨ ନେତା, ୟେମେନର ହୁତୀ ଓ ଇରାନ-ଋଷିଆର ସରକାରୀ ସଞ୍ଚାଳିତ ମିଡିଆ ଆକାଉଣ୍ଟ ମଧ୍ୟ ଏକ୍ସରେ ରହିଛି।
ଏହି ସବୁ ଆକାଉଣ୍ଟ ମଧ୍ୟରୁ ଏପରି ୧୮ଟି ଆକାଉଣ୍ଟ ରହିଛି ଯେଉଁଗୁୁଡିକ ଗତବର୍ଷ ଏପ୍ରିଲରେ ଏକ୍ସର ପ୍ରିମିୟମ ସର୍ଭିସ ନେଇଥିଲେ । ପରେ ଏହି ସବୁ ଆକାଉଣ୍ଟକୁ ଏକ୍ସ ଭେରିଫିକେସନ ମଧ୍ୟ କରିଥିଲା । ରିପୋର୍ଟ ଅନୁସାରେ ଏହିସବୁ ଆକାଉଣ୍ଟ ପ୍ରିମିୟମ ସର୍ଭିସ ନିମନ୍ତେ ମାସିକ ଅଥବା ବାର୍ଷିକ ପୈଠ କରୁଛନ୍ତି। ଏକ୍ସର ଏହି ଆକାଉଣ୍ଟ ସହିତ ଆର୍ଥିକ ନେଣଦେଣ ହେଉଥିବା ସ୍ପଷ୍ଟ ହୋଇଛି।

The post ଆତଙ୍କବାଦୀଙ୍କୁ ଏକ୍ସରେ ପ୍ରିମିୟମ ସର୍ଭିସ ଦେଇଛନ୍ତି ଏଲନ ମସ୍କ, ରିପୋର୍ଟରେ ଖୁଲାସା appeared first on Dharitri Odia News.