ଆତଙ୍କୀ ହମଲା: ୨ ଯବାନ ସହିଦ, ସର୍ଚ୍ଚ ଅପରେସନ ଜୋରଦାର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ୨ ଯବାନ ସହିଦ। ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟରରେ ୨ ଜଣ ଯବାନ ସହିଦ ହୋଇଥିବା ପ୍ରତିରକ୍ଷା କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଆଉ ଜଣେ ଯବାନ ଓ ୨ ଜଣ ସାଧାରଣ ଲୋକ ମଧ୍ୟ ଗୁଳି ମାଡ଼ରେ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନନ୍ତନାଗରେ ଅହଲାନ ଗାଡୋଲେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।Two Indian Army soldiers lost their lives in an encounter with terrorists in Anantnag district of Kashmir. Operations are still in progress: Defence officials https://t.co/T04ZlaIbq3— ANI (@ANI) August 10, 2024ତେବେ କୋକେରନାଗ ସବଡିଭିଜନରେ ଥିବା ଜଙ୍ଗଲରେ କିଛି ଆତଙ୍କବାଦୀ ଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସ୍ଥଳ ସେନା, ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଆତଙ୍କବାଦ ନିରୋଧ ଅପରେସନ ଆରମ୍ଭ ହୋଇଥିଲା। ଅପରେସନ ଚାଲିଥିବା ବେଳେ ଟିମ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ଆତଙ୍କୀ ହମଲା: ୨ ଯବାନ ସହିଦ, ସର୍ଚ୍ଚ ଅପରେସନ ଜୋରଦାର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ୨ ଯବାନ ସହିଦ। ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟରରେ ୨ ଜଣ ଯବାନ ସହିଦ ହୋଇଥିବା ପ୍ରତିରକ୍ଷା କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଆଉ ଜଣେ ଯବାନ ଓ ୨ ଜଣ ସାଧାରଣ ଲୋକ ମଧ୍ୟ ଗୁଳି ମାଡ଼ରେ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନନ୍ତନାଗରେ ଅହଲାନ ଗାଡୋଲେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।

ତେବେ କୋକେରନାଗ ସବଡିଭିଜନରେ ଥିବା ଜଙ୍ଗଲରେ କିଛି ଆତଙ୍କବାଦୀ ଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସ୍ଥଳ ସେନା, ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଆତଙ୍କବାଦ ନିରୋଧ ଅପରେସନ ଆରମ୍ଭ ହୋଇଥିଲା। ଅପରେସନ ଚାଲିଥିବା ବେଳେ ଟିମ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।