ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା
ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କୌଣସି ଗୋଟିକରେ ବି ଭାଜପା ମହିଳାଙ୍କୁ ପ୍ରାର୍ଥୀ କରି ନ ଥିବା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଆସିକା ଲୋକ ସଭା କ୍ଷେତ୍ରରେ ଭାଜପା ଅନିତା ଶୁଭଦର୍ଶନୀଙ୍କୁ ପ୍ରାର୍ଥୀ କରିଛି। ଅନିତା ୨୦୧୯ ନିର୍ବାଚନରେ ମଧ୍ୟ ଆସିକା ଲୋକ ସଭା କ୍ଷେତ୍ରରୁ ଭାଜପା ଟିକେଟରେ ଲଢ଼ିଥିଲେ। ଗଞ୍ଜାମରେ […] The post ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା appeared first on Dharitri Odia News.
ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କୌଣସି ଗୋଟିକରେ ବି ଭାଜପା ମହିଳାଙ୍କୁ ପ୍ରାର୍ଥୀ କରି ନ ଥିବା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଆସିକା ଲୋକ ସଭା କ୍ଷେତ୍ରରେ ଭାଜପା ଅନିତା ଶୁଭଦର୍ଶନୀଙ୍କୁ ପ୍ରାର୍ଥୀ କରିଛି। ଅନିତା ୨୦୧୯ ନିର୍ବାଚନରେ ମଧ୍ୟ ଆସିକା ଲୋକ ସଭା କ୍ଷେତ୍ରରୁ ଭାଜପା ଟିକେଟରେ ଲଢ଼ିଥିଲେ। ଗଞ୍ଜାମରେ ଦଳର ଦୁଇଟି ସାଙ୍ଗଠନିକ ଜିଲା ଅଛି। ଘୁମୁସର ସାଙ୍ଗଠନିକ ଜିଲାର ୭ଟି ଯାକ ସେଗମେଣ୍ଟରେ ଭାଜପା ପୁରୁଷଙ୍କୁ ପ୍ରାର୍ଥୀ କରିଛି। ସେହିପରି ଗଞ୍ଜାମ ସାଙ୍ଗଠନିକ ଜିଲାର ୫ଟି ଯାକ ବିଧାନସଭା କ୍ଷେତ୍ରରୁ ମହିଳା
ପ୍ରାର୍ଥୀ ନାହାନ୍ତି।
ଗଞ୍ଜାମ ସାଙ୍ଗଠନିକ ଜିଲାର ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ଭାଜପା କେ. ଅନୀଲ କୁମାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚିକିଟିରୁ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁରରୁ ବିଭୂତି ଭୂଷଣ ଜେନା ଓ ଛତ୍ରପୁରରୁ କୃଷ୍ଣଚନ୍ଦ୍ର ନାୟକଙ୍କୁ ଟିକେଟ ଦେଇଛି। ଅନ୍ୟପକ୍ଷରେ ଘୁମୁସର ସାଙ୍ଗଠନିକ ଜିଲାର ପୋଲସରା କ୍ଷେତ୍ରରୁ ଗୋକୁଳାନନ୍ଦ ମଲିକ, ଆସିକାରୁ ସରୋଜ ପାଢ଼ୀ, ଖଲ୍ଲିକୋଟରୁ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗରରୁ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ାରୁ ନୀଳମଣି ବିଶୋୟୀ, ସାନଖେମୁଣ୍ଡିରୁ ଉତ୍ତମ ପାଣିଗ୍ରାହୀ ଓ ହିଞ୍ଜିଳିରୁ ଶିଶିର ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଭଞ୍ଜନଗର ବିଧାନସଭା ଆସନ କନ୍ଧମାଳ ଲୋକ ସଭା କ୍ଷେତ୍ରରେ ଅନ୍ତର୍ଭୁକ୍ତ ଅଛି ଏବଂ ସେଠାରେ ମଧ୍ୟ ପ୍ରଦ୍ୟୁମ୍ନ ନାୟକ ପ୍ରାର୍ଥୀ ହୋଇଛନ୍ତି।
ସୂଚନାଯୋଗ୍ୟ, ବିଜେଡି ସହ ମେଣ୍ଟ ଭାଙ୍ଗିବାରୁ ୨୦୦୯ରୁ ୨୦୧୯ ମଧ୍ୟରେ ହୋଇଥିବା ୩ ନିର୍ବାଚନରେ ଗଞ୍ଜାମ ଜିଲାରେ ଭାଜପା ଖାତା ଖୋଲି ପାରିନଥିଲା। ଚଳିତ ନିର୍ବାଚନରେ ଫଳାଫଳ କ’ଣ ହେବ ସେଥିପାଇଁ ସଚେତନ ମହଲରୁ ଅପେକ୍ଷା କରାଯାଇଛି। ତେବେ ୨୦୨୪ ନିର୍ବାଚନ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଏବେଠୁ ଜଳ ଜଳ ଦିଶୁଛି।
The post ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା appeared first on Dharitri Odia News.